ଜନ୍ମଦାତା ସାଜିଲେ ହତ୍ୟାକାରୀ । ପୁଅକୁ ମାରିଲେ, ପରେ ନିଜେ ଆତ୍ମହତ୍ୟା କଲେ । ପଢନ୍ତୁ ଅମାନବିକତାର ଏକ କରୁଣ କାହାଣୀ ।

60

ଯିଏ ଜନ୍ମ ଦେଇଥିଲେ, ସିଏ ହିଁ ସାଜିଲେ ହତ୍ୟାକାରୀ । ପୁଅ ପ୍ରତି ଭଲପାଇବା ହିଁ ସାଜିଲା ପୁଅର ମୃତ୍ୟୁର କାରଣ । ବ୍ୟବସାୟରେ କ୍ଷତି ଏବଂ ନିଜ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପୂର୍ବରୁ ନିଜ ୭ ବର୍ଷର ପୁଅକୁ ଜୀବନରୁ ମାରିଦେଲେ । ନିଜ ପୁଅକୁ ସେ ବହୁତ ଭଲ ପାଉଥିଲେ, ଆଉ ଚାହୁଁନଥିଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଦୁଃଖରେ ଜୀବନ ଅତିବାହିତ କରୁ । ଆଉ ଠିକ୍ ସେଥିପାଇଁ ପ୍ରଥମେ ନିଜ ପୁଅର ହତ୍ୟା କଲେ ଏବଂ ପରେ ନିଜ ହାତର ଶିରା କାଟି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସୋଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲେ । ସେ ନିଜେ ସିନା ବଞ୍ଚିଗଲେ କିନ୍ତୁ ଏତେ ଭଲ ପାଉଥିବା ପୁଅର ଜୀବନ ଚାଲିଗଲା । ଆଉ ନିଜ ପୁଅର ହତ୍ୟା ଅଭିଯୋଗରେ ସେ ପାଲଟି ଗଲେ ହତ୍ୟାକାରୀ । ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ।

ଶନିବାର ବଡପଲାନୀ ସ୍ଥିତ ମୋବାଇଲ ସୋରୁମରେ ୪୨ ବର୍ଷର ଗୁଜୁରାଟୀ ବ୍ୟବସାୟୀ ଉର୍ମିଲ ଡୋଲିଆ ନିଜ ପୁଅର ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିଲେ । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ ଏବଂ ବାପାଙ୍କୁ ଆଇସିୟୁରେ ଭର୍ତି କରାଗଲା । ପୋଲିସର ପଚରାଉଚୁରାରେ ଉର୍ମିଲ କହିଛନ୍ତି ଯେ, ସେ ତାଙ୍କ ପୁଅକୁ ବହୁତ ଭଲ ପାଉଥିଲେ ଏବଂ ଚାହୁଁନଥିଲେ କି ତାଙ୍କ ମୃତୁô୍ୟ ପରେ ପୁଅ ମାଧବ ଏକାକି ଜୀବନ ଅତିବାହିତ କରୁ । ଆଉ ଏଥି ପାଇଁ ସେ ସୋରୁମରେ କାମ କରୁଥିବା କର୍ମଚାରୀ ବସନ୍ତଙ୍କୁ ଜଲଦି ଘରକୁ ପଠାଇ ଦେଇଥିଲେ ।

କର୍ମଚାରୀ ଜଣଙ୍କ ଘରକୁ ଯିବା ପରେ ସେ ପୁଅ ମାଧବକୁ ସପିଙ୍ଗର ବାହାନା ନେଇ ଘରୁ ଆଣିଥିଲେ । ବିଲମ୍ବିତ ରାତି ପର୍ପ୍ୟନ୍ତ ଦୁଇ ଜଣ ଘରକୁ ନେଫରିବାରୁ ଉର୍ମିଲଙ୍କ ପତ୍ନୀ ବସନ୍ତକୁ କଲ୍ କରି ସୋରୁମ ରେ ଦେଖିବା ପାଇଁ କହିଥିଲେ । ଆଉ ଯେତେବେଳେ ବସନ୍ତ ସୋରୁମ୍ ରେ ପହଞ୍ଚିଥିଲେ, ତାଙ୍କ ମାଟି ତଳୁ ଅତଡା ଖସିଯାଇଥିଲା । ସେଠାରେ ଉଭୟ ବାପ ପୁଅଙ୍କୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଲେ । ଏହାପରେ ସେ ପୋଲିସ କୁ ଖବର ଦେଇଥିଲେ ଏବଂ ଉଭୟଙ୍କୁ ଏସଆଇଏମଏସ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ମାଧବକୁ ମୃତ ଘୋଷଣା କରିଥିଲେ ଏବଂ ଉର୍ମିଲଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ପାରିବାରିକ କଳହକୁ ନେଇ ଉର୍ମିଲ ଏପରି କରିଥିବା ପୋଲିସ ସନ୍ଦେହ କରୁଛି ।