ସମ୍ବଲପୁରରେ କୃଷକ ମେଳି : ଉତରାଂଚଳ ଆରଡିସିଙ୍କ କାର୍ଯ୍ୟାଳୟ ଆଗରେ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତିର ଧାରଣା

23

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁରରେ ଚାଷୀଙ୍କ ବିରାଟ ପଟୁଆର । ଉତରାଂଚଳ ଆରଡିସିଙ୍କ ଅଫିସ ଆଗରେ ହଜାର ହଜାର ଚାଷୀ ମେଳି ବାନ୍ଧିଛନ୍ତି । ବିଭିନ୍ନ ଦାବି ନେଇ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ପକ୍ଷରୁ ଏହି ଧାରଣା ଦିଆଯାଉଛି । ଚାଷୀମାନେ ଏକ ରାଲିରେ ଆସି ଆରଡିସିଙ୍କ ଅଫିସ ଆଗରେ ପହଂଚି ବିକ୍ଷୋଭ ପ୍ରଦର୍ଶ ନ କରିବା ସହ ଧାରଣାରେ ବସିଛନ୍ତି ।