ଚାଷୀଙ୍କ ଚିନ୍ତା ବଢ଼ାଉଛି ମଣ୍ଡି ବିବାଦ । ଧାନ କ୍ୟୁଣ୍ଟାଲ ପିଛା ସଠିକ୍ ମୁଲ୍ୟ ପାଉନଥିବାରୁ ହନ୍ତସନ୍ତ ଚାଷୀକୂଳ ।

ମିଲର ମାନେ କ୍ୟୁଣ୍ଟାଲ୍ ପିଛା ୫ ରୁ ଆଠ କିଲୋ ପର୍ଯ୍ୟନ୍ତ ଧାନ କାଟି ନେଉଥିବା ଅଭିଯୋଗ କରିଛନ୍ତି ଚାଷୀ ଭାଇ ।

129

କନକ ବ୍ୟୁରୋ: ଚାଷୀଙ୍କ ଚିନ୍ତା ବଢ଼ାଉଛି ମଣ୍ଡି ବିବାଦ । ଚାଷୀ ମାନେ ସଠିକ୍ ଧାନର ସଠିକ ମୁଲ୍ୟ ପାଉ ନ ଥିବା ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ଫଳରେ ନିତିଦିନ ମଣ୍ଡିରେ ଉତେଜନା ପ୍ରକାଶ ପାଉ ଥିବା ବେଳେ ଏବେ ନିଜ ହକ ଦାବୀ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ କୁଳ । ମିଲର ମାନେ କ୍ୟୁଣ୍ଟାଲ୍ ପିଛା ୫ ରୁ ଆଠ କିଲୋ ପର୍ଯ୍ୟନ୍ତ ଧାନ କାଟି ନେଉଥିବା ଅଭିଯୋଗ କରିଛନ୍ତି ଚାଷୀ ଭାଇ । ସେପଟେ ଖୁବ ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରିବ କଂଗ୍ରେସ ଦଳ ବୋଲି କହିଛି ।

paddy meetingସେପଟେ ଚାଷୀ ଭାଇଙ୍କ ଏହି ମଣ୍ଡି ବିବାଦ ଚିନ୍ତା ବଢ଼ାଇବାରେ ଲାଗିଛି । କେଉଁଠି ରାସ୍ତାରୋକ ତୋ ଆଉ କେଉଁଠି ଉତେଜନା । ଗତ ୨୫ ତାରିଖରେ ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହୋଇ ଥିବା ବେଳେ ଆରମ୍ଭ ରୁ ଚାଷୀ ଓ ମିଲର ମାନଙ୍କୁ ମଧ୍ୟ ରେ ବାଦ ବିବାଦ ଲାଗି ରହିଛି । ପ୍ରତିଟି ଚାଷୀ ୩୦ କ୍ୟୁଣ୍ଟାଲ୍ ଧାନ, ମଣ୍ଡି ରେ ବକ୍ରୀ କରି ପାରିବେ ବୋଲି ଧାର୍ଯ୍ୟ ହୋଇ ଥିବା ବେଳେ ୩୦ କ୍ୟୁଣ୍ଟାଲ ଧାନ ଗ୍ରହଣ କରି ୨୮ କ୍ୟୁଣ୍ଟାଲ ଧାନ ଲେଖି ନେଉଛନ୍ତି ମିଲର ମାନେ । ଅର୍ଥାନ କ୍ୟୁଣ୍ଟାଲ ପିଛା ୭ରୁ ୮ କିଲେ କାଟ କରି ଧାନ ଗ୍ରହଣ କରୁଛନ୍ତି କ୍ରୟକାରୀ ସଂସ୍ଥା । ପ୍ରତିବାଦ ରେ କୋରୁକୋଣ୍ଡା ଓ ତାରଲାକୋଟା ଧାନ ମଣ୍ଡି ରେ ଉତେଜନା ଦେଖା ଦେଇ ଥିବା ବେଳେ ଖଇରପୁଟ ଠାରେ ଚାଷୀ ମାନେ ପ୍ରତିବାଦ ରେ ରାସ୍ତା ରୋକ କରି ଥିବା ଦେଖିବାକୁ ମିଳିଛି ।

paddy priceସୂଚନା ମୁତାବକ ଚଳିତ ଖରିପ ବର୍ଷ ଲାଗି ଏଫ.ଏ.କ୍ୟୁ ମାନର ଧାନ କ୍ୟୁଣ୍ଟାଲ ପିଛା ଦର ୧୭୫୦.୦୦ ଟଙ୍କା ସ୍ଥିର ହୋଇ ଥିବା ବେଳେ ଗ୍ରେଡ ଏ ଧାନ ର ମୁଲ୍ୟ ୧୭୭୦.୦୦ ଟଙ୍କା ସ୍ଥିର ହୋଇଛି । ତେବେ ମିିଲର ମାନଙ୍କୁ ଏହି ଚାଷୀ ମାରଣ ନୀତି ଯୋଗୁଁ କ୍ୟୁଣ୍ଟାଲ ପିଛା ୧୨୦ ରୁ ୧୫୦ ଟଙ୍କା କ୍ଷତି ସହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ତେବେ ଏହି ସମସ୍ୟାର ସମାଧାନ କରା ନ କରାଗଲେ କଂଗ୍ରେସ ଦଳ ଆନ୍ଦୋଳନ ଧମକ ଦେଇଥିବା ବେଳେ ସମସ୍ୟାର ଆଉ ପୁନାରାବୃତି ଘଟିବା ନାହିଁ ବୋଲି କହିଛନ୍ତି କୋରୁକୋଣ୍ଡା ଲ୍ୟାମ୍ପ ଏମ.ଡି । ଚାଷୀଙ୍କ ଧାନକୁ କାଟ ଛାଟ ନ କରିବା ଲାଗି ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି । ତେବେ ଏହାକୁ ବେଖାତିର କରି କେତେବେଳେ ମିଲର, ତ ଆଉ କେତେବେଳେ ଲ୍ୟାମ୍ପ ପୁଣି କେତେବେଳେ ଯୋଗାଣ ଅଧିକାରୀଙ୍କ ଶୋଷଣର ଶିକାର ହୋଇ ଆସୁଛନ୍ତି ଚାଷୀ କୁଳ ।