ବଦଳିଯାଇଛନ୍ତି ଫରଦିନ୍

20

Fardeen-Khanବଲିଉଡର ବିଗତ ଦିନର ସ୍ୱିଟ୍ ଓ ହାଣ୍ଡସମ୍ ହଙ୍କ୍ ଫରଦିନ ଖାନ୍ । ଏବେ ଖୁବ୍ ବଦଳିଯାଇଛନ୍ତି । ଦେଖିଲେ କେହିବି ଚିହ୍ନି ପାରିବେ ନାହିଁ ଫରଦିନଙ୍କୁ । ଫିଲ୍ମ ‘ନୋ ଏଂଟ୍ରି ‘, ‘ପ୍ୟାର୍ ତୁନେ କ୍ୟା କିୟା’ ଭଳି ହିଟ୍ ଫିଲ୍ମର ନାୟକ ଫରଦିନ୍ ନିଜର ଶେଷ ଫିଲ୍ମ ‘ଦୁଲ୍ହା ମିଲଗୟା ‘ପରେ ପରେ ସିଲଭର ସ୍କ୍ରିନରୁ ହୋଇଯାଇଛନ୍ତି ଉଭାନ ।

ଏବେ ଫରଦିନ୍ ମୋଟା ହୋଇଯାଇଛନ୍ତି । ପୂର୍ବର ହ୍ୟାଣ୍ଡସମ ଚେହେରା ଓ ଚମକ ଆଉmaxresdefault ନାହିଁ ତାଙ୍କ ଠାରେ । ଯେଉଁଭଳି ଭାବେ ଫରଦିନ୍ ନିଜ ଶରୀରର ଓଜନ ବଢାଇଛନ୍ତି, ତାଙ୍କ ଫ୍ୟାନ୍ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଚିହ୍ନିବା ପାଇଁ ହଡବଡେଇ ଯିବେ । ଗାଲ ଫୁଲିଯିବା ସହ ପେଟ ବି ବଢିଯାଇଛି । ପୂର୍ବର ହିରୋ ଇମେଜ୍ ଆଉ ତାଙ୍କ ଠାରେ ନାହିଁ । ଏବେ ନିଜର ୱେଟ୍ କମାଇବା ପାଇଁ ଲାଗି ପଡିଛନ୍ତି ଫରଦିନ୍ । ଏପରିକି ୨୦୧୪ରେ ସେ ନିଜର ୧୨ କିଲୋ ଓଜନ କମାଇଥିଲେ । ଆଗକୁ ଦେଖାଯିବ କେତେ ଦୂର ଫରଦିନ୍ ସଫଳ ହେଉଛନ୍ତି ନିଜର ଓଜନ କମାଇବାରେ ।