ଭାରତୀୟ ବଜାରରେ ନକଲି ଚାଇନା ଅଣ୍ଡା ! ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

75

ଦିନକୁ ଦିନ ବଢିବାରେ ଲାଗିଛି ନକଲି କାରବାରର ଆତଙ୍କ । ଏବେ ବଜାରରେ ମିଳୁଥିବା ଅଣ୍ଡା ମଧ୍ୟ ନକଲି ବୋଲି ସୂଚନା ମିଳିଛି । କାରଣ ବର୍ତ୍ତମାନ ବଜାରରେ ଚାଇନା ଅଣ୍ଡା ପହଂଚି ଯାଇଛି । ଯେଉଁଥିରେ ରହିଛି ବିଷାକ୍ତ ରାସାୟନିକ ପଦାର୍ଥ । ଏହାକୁ ଖାଇଲେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ସମ୍ଭାବନା ମଧ୍ୟ ରହିଛି । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ସମସ୍ତ ରାଜ୍ୟମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ,ଭାରତୀୟ ବଜାରରେ ବଡ ଆକୃତିର ଚାଇନା ଅଣ୍ଡା ସଂକ୍ରାନ୍ତରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା । ଯାହାକୁ ବର୍ତ୍ତମାନ ସରକାର ଗୁରୁତର ଭାବରେ ଗ୍ରହଣ କରିଛନ୍ତି ଏବଂ ଏନେଇ ବିଭିନ୍ନ ରାଜ୍ୟଗୁଡିକରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟରେ ଅଣ୍ଡାର ଯାଂଚ ଆରମ୍ଭ କରିଦେଇଛନ୍ତି ଛତିଶଗଡ ସରକାର । ମାତ୍ର ଏପର୍ଯ୍ୟନ୍ତ କୌଣସି ନକଲି ଅଣ୍ଡା ଚିହ୍ନଟ କରାଯାଇପାରି ନାହିଁ ।