ଘରେ ବି କରିହେବ ଫେସିଆଲ . . . . ଜାଣନ୍ତୁ କିପରି କରିବେ ?

85

ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି । ତେବେ ବତ୍ତର୍ମାନର ବ୍ୟସ୍ତବହୁଳ ଜୀବନରେ ଏଥିପାଇଁ ପର୍ଯ୍ୟାପ୍ତ ସମୟ ନାହିଁ । ଏଥିପାଇଁ ସମସ୍ତେ ପାର୍ଲର ଯିବା ପାଇଁ ପସନ୍ଦ କରୁଛନ୍ତି । ତେବେ ସୁନ୍ଦର ଦେଖାଯିବା ପାଇଁ ସବୁବେଳେ ପାର୍ଲର ଯିବା ଭଲ ନୁହେଁ । ଘରେ ରହି ବି ଆପଣ ନିଜ ସୌନ୍ଦର୍ଯ୍ୟର ଧ୍ୟାନ ରଖିପାରିବେ । ତେବେ ସୁନ୍ଦର ଦେଖାଯିବା ପାଇଁ ଘରେ ହିଁ ଫେସିଆଲ୍ କରନ୍ତୁ ।

ପ୍ରଥମେ ତେଲକୁ ପ୍ରାକ୍-କ୍ଲିନଜର୍ ଭାବେ ବ୍ୟବହାର କରନ୍ତୁ । ପ୍ରଥମେ ପ୍ରାକ୍-କ୍ଲିନଜର୍ ଭାବେ ବ୍ୟବହାର କରନ୍ତୁ । ତାହା ପରେ ମିଲ୍କ-କ୍ଲିନଜର୍ ଦ୍ୱାରା ମୁହଁ ସଫାକରନ୍ତୁ । କ୍ଲିନଜିଂ ପରେ ତ୍ୱଚାରୁ ମୃତ କୋଷ ସଫା କରିବା ପାଇଁ ଏକ୍ସଫୋଲିଏଟିଂ କ୍ରିମ ବ୍ୟବହାର କରନ୍ତୁ । ତା’ପରେ ଏକ ସଫା ତଉଲିଆକୁ ଗରମ ପାଣିରେ ଓଦା କରି, ଭଲ ଭାବରେ ଚିପୁଡି, ମୁହଁକୁ କିଛି ସମୟ ଘୋଡାଇରଖନ୍ତୁୁ । ତାହା ପରେ ଫେସ୍ ମାସ୍କ । ମାସ୍କ ଲଗାଇବା ପୂର୍ବରୁ କିଛି ସମୟ ମାଲିସ କରିବା ଭଲ । ପନ୍ଦର ମିନିଟ୍ ପରେ ମାସ୍କ ପୋଛିଦିଅନ୍ତୁ । ଶେଷରେ ସେରମ୍ ଓ କ୍ରିମ ଲଗାନ୍ତୁ । ତେବେ ଏହି ପ୍ରକ୍ରିିୟା ପରେ ସଙ୍ଗେ ସଙ୍ଗେ ଖରାକୁ ନ ବାହାରିବା ଉଚିତ । ନିହାତି ଯିବାକୁ ପଡ଼ୁଥିଲେ, ସନସ୍କ୍ରିନ୍ ଲଗଇବା ପାଇଁ ଭୁଲନ୍ତୁ ନାହିଁ ।