ଫେସବୁକରୁ ପ୍ରେମ ଓ ପ୍ରତାରଣା ଘଟଣା : ଅଭିଯୁକ୍ତ ନାବାଳକ ଗିରଫ

50

କନକ ବ୍ୟୁରୋ : ଫେସବୁକରୁ ପ୍ରେମ ଓ ପରେ ପ୍ରତାରଣା । ଏପରି ଅଭିଯୋଗ ହୋଇଛି କଟକ ସଦର ଥାନାରେ । ଅଭିଯୋଗକାରିଣୀ ଓ ଅଭିଯୁକ୍ତ ଉଭୟ ନାବାଳିକା ଓ ନାବାଳକ ବୋଲି ଜଣାପଡିଛି । ନାବାଳକ ଜଣକ ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀ ଯାଜପୁର ମଙ୍ଗଳପୁରର ହୋଇଥିବା ବେଳେ ଅଭିଯୁକ୍ତ କଟକ କୁରଙ୍ଗ ଅଂଚଳର ।

ପୁଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରି ଡାକ୍ତରୀ ମାଇନା କରିଛି । ଆଜି ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବା ସହ ୧୬୧ ଧାରାରେ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି । ଉଭୟ ନାବାଳିକା ଓ ନାବାଳକଙ୍କ ମଧ୍ୟରେ ଫେସବୁକରେ ପ୍ରେମ ହୋଇଥିଲା । ଗତ ୨୬ ତାରିଖାର ନାବାଳିକା ଜଣକ ନାବାଳକଙ୍କୁ ଦେଖାକରିବାକୁ ଆସିଥିଲେ । ତେବେ ୨୯ ତାରିଖ ଦିନ ନାବାଳକ ଜଣକ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୀଡିତା ଅଭିଯୋଗ କରିଥିଲେ ।