ମ୍ୟୁଜିକାଲ୍ ଆପକୁ ଟକ୍କର ଦେବା ପାଇଁ ଫେସବୁକ୍ ଆଣିଲା ନୂଆ ଫିଚର ! ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ । 

25

କିଛି ସମୟ ଧରି ମ୍ୟୁଜିକାଲ୍ ଆପ୍ ଦୁନିଆ ସାରା ବେଶ୍ ଚର୍ଚ୍ଚା ଏବଂ ଲୋକପ୍ରିୟତାର ଶୀର୍ଷରେ ରହିଅଛି । ଏହି ଆପରେ ପୂର୍ବରୁ ଗୀତ ସେଟିଙ୍ଗ୍ ହୋଇ ରହିଥାଏ ଏବଂ ଏଥିରେ କେବଳ ଆପଣ ଲିପ୍ସିଙ୍ଗ୍ କରିବେ । ଯାହା ଛୋଟ ଭିଡିଓ ମାଧ୍ୟମରେ ଆସିଥାଏ । ଏହା ସେଲ୍ଫି ବେସଡ୍ ଭିଡିଓ ଯାହାକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରନ୍ତି । କେବଳ ମ୍ୟୁଜିକ୍ ନୁହଁ ଏହି ଆପରେ ବିଭିନ୍ନ ଫିଲ୍ମର ଡାଇଲଗ୍ ମଧ୍ୟ ଥାଏ ।

ତେବେ ଏହି ଆପର ଲୋକପ୍ରିୟତାକୁ ଆଖି ଆଗରେ ରଖି ଫେସବୁକ୍ ମଧ୍ୟ ଟକ୍କର ଦେବା ପାଇଁ ଆଣିଦେଇଛି ଏକ ନୂଆ ମ୍ୟୁଜିକାଲ୍ ଆପ୍ ଯାହାର ନାଁ ରଖାଯାଇଛି “ଲିପ୍ ସିଙ୍ଗ୍ ଲାଇଭ୍” । ଏହା ଅବିକଳ ମ୍ୟୁଜିକାଲ୍ ଆପ୍ ଭଳି ହିଁ କାମ କରେ ଖାଲି ନାଁରେ ପରିବର୍ତ୍ତନ ରହିଛି ।

ବର୍ତ୍ତମାନ ଫେସବୁକ୍ ଏହାକୁ କେବଳ କିଛି ମାର୍କେଟରେ  ପରୀକ୍ଷା କରୁଛି ଆଗକୁ ଏହା ଗ୍ଲୋବାଲାଇଜ୍ ହେବ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ସୁଚନା ମୁତାବକ ଏହି ଫଚରରେ ଆଗକୁ ଅନ୍ୟ ଅପସନ୍ ମଧ୍ୟ ଯୋଡାଯିବ । ଏହି ଆପକୁ ଖୁବ୍ ଶୀଘ୍ର ଭାରତରେ ମଧ୍ୟ ଲଞ୍ଚ୍ କରାଯିବ ।