ଆପଣ ନିଜର ବୟସ ବଢାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ !

52

ସିଡନୀ ବିଶ୍ୱବିଦ୍ୟାଳୟରେ ୮୦ହଜାରରୁ ଅଧିକ ବୟସ୍କଙ୍କ ଦିନଚର୍ଯ୍ୟାକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଏହି ନୂଆ ଅଧ୍ୟୟନ ଅନୁସାରେ , ପୁଶଅପ୍ ଓ ଦଣ୍ଡ ବୈଠକ ଦ୍ୱାରା ଆପଣଙ୍କ ଜୀବନରେ ଆହୁରି କିଛି ବର୍ଷ ଯୋଡି ପାରିବେ । ଏହା ଦ୍ୱାରା ଆପଣ ଅଧିକ ସ୍ୱାସ୍ଥ୍ୟବାନ୍ ହୋଇପାରିବେ । ବିଭିନ୍ନ ପ୍ରକାର ବ୍ୟାୟାମର ଅଭ୍ୟାସ ସହ ମୃତ୍ୟୁର ତୁଳନା କରିବାକୁ ନେଇ ହୋଇଥିବା ଏହି ବଡ ଅଧ୍ୟୟନରେ ଜାଣିବାକୁ ମିଳିଛି ଶକ୍ତି ଆଧାରିତ ବ୍ୟାୟାମ ଅଭ୍ୟାସରୁ ଲୋକଙ୍କ ମଧ୍ୟରେ କୌଣସି ପ୍ରକାରେ ମୃତ୍ୟୁର ସମୟରୁ ୨୩ ପ୍ରତିଶତ କମିଛି। ଏବଂ କ୍ୟାନସର ସମ୍ବନ୍ଧିତ ମୃତ୍ୟୁରେ ୩୧ ପ୍ରତିଶତ ହ୍ରାସ ଘଟିଛି ।

ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ ଓ ଚାଲର୍ସ ପର୍କିନ୍ସ ସେଣ୍ଟରର ଆସୋସିଏଟ ପ୍ରଫେସର ଇମାନ୍ୟୁଏଲ୍ ଷ୍ଟେମାଟିକିସଙ୍କ ଅନୁସାରେ, ଯେତେବେଳେ ଆମେ ବୟସ ସହ ଶକ୍ତି ପ୍ରଶିକ୍ଷଣକୁ କାର୍ଯ୍ୟାତ୍ମକ ଲାଭର ପ୍ରଭାବକୁ ଦେଖଲୁ ,ଅଧ୍ୟୟନରୁ ଜାଣିବାକୁ ମିଳିଥିଲା କି ମାଂସପେଶୀଗୁଡିକର ଶକ୍ତିକୁ ବଢାଉଥିବା ବ୍ୟାୟାମ, ଜଗିଂ ବା ସାଇକେଲ ଚଳାଇବା ଭଳି ଏରୋବିକ୍ ଗତିବିଧିଗୁଡିକ ରୂପରେ ସ୍ୱାସ୍ଥ୍ୟ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏବଂ ଆମର ଅନୁଧ୍ୟାନ ସହ କରାଯାଇଥିବା ଉପଚାର କ୍ୟାନସରରୁ ମୃତ୍ୟୁର ପ୍ରଭାବକୁ କମ୍ କରିବାରେ ସକ୍ଷମ ହୋଇପାରେ ।

ଶରୀରରୁ ଝାଳ ବୁହାନ୍ତୁ , ଭଲ ସ୍ୱାସ୍ଥ୍ୟ ବନାନ୍ତୁ –
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଶାରୀରିକ ଗତିବିଧି ନିର୍ଦ୍ଦେଶକ ବୟସ୍କଙ୍କ ପାଇଁ ୧୫୦ ମିନିଟର ଏରୋବିକ୍ କ୍ରିୟାର ଉପଦେଶ ଦେଇଥାନ୍ତି । ଏହାସହ ପ୍ରତି ସପ୍ତାହରେ ମାଂସପେଶୀଗୁଡିକୁ ମଜବୁତ୍ କରିବାକୁ ଦୁଇ ଦିନ କାଫି ଅଟେ । ଦେହରୁ ଯେତେ ଝାଳ ବୁହାଇବ ଏହା ଭଲ ହେବ । ଏହା ଦ୍ୱାରା ଶରୀରକୁ ଖୁବ୍ ତାଜା ମନେହେବ । ଶରୀର ଶକ୍ତ ରହିବ ।

ଜିମ୍ ଯିବା ଠାରୁ ଭଲ ଦଣ୍ଡ ବୈଠକ ଓ ପୁଶଅପ୍ କରିବା –
ଏହି ବିଶ୍ଳେଷଣରେ ଏହା ଦେଖାଯାଇଛି ଯେ ବିଶିଷ୍ଟ ଉପକରଣ ବିନା ନିଜର ଓଜନକୁ ନିୟନ୍ତ୍ରଣ କରି ବ୍ୟାୟାମ କରିବା ଭଲ । ଯେତେବେଳେ ଲୋକେ ଶକ୍ତି ପ୍ରଶିକ୍ଷଣ ବିଷୟରେ ଭାବନ୍ତି ତ କୌଣସି ଜିମ୍ ଯାଇ ଓଜନ କମାଇବାକୁ ନିଷ୍ପତ୍ତି ନିଅନ୍ତି । କିନ୍ତୁ ଏହା କରିବା ଜରୁରୀ ନୁହେଁ । ସ୍ଥାନୀୟ ପାର୍କରେ ଦଣ୍ଡ ବୈଠକ ,ପୁଶଅପ୍ , ଦୌଡିବା ଆଦି କାର୍ଯ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ଅଟେ ।

ଏଣୁ ଆପଣ ଯଦି ନିଜକୁ ସ୍ୱାସ୍ଥ୍ୟବାନ ଓ ଯୁବ-ସୁଲଭ ଭଳି ମନେକରିବାକୁ ଚାହୁଁଛନ୍ତି ତ ବ୍ୟାୟାମରେ ମନ ଦିଅନ୍ତୁ । ଆଉ ଝାଳ ବୁହା କାର୍ଯ୍ୟ କରନ୍ତୁ । ଯାହା କି ଶରୀରର ସନ୍ତୁଳନତା ରକ୍ଷା କରିବ ।

(ସୌଜନ୍ୟ- ଇୟୋରଷ୍ଟାରୀ)