ରାତି ଅଧରେ ଦେହରେ ଖଣ୍ଡିଏ ଚାଦର ପକାଇ ରାସ୍ତାକୁ ବାହାରିଲେ ଶିବରାଜ …ସାଧାରଣ ଲୋକଙ୍କ ପାଖରେ ବସିଲେ, ଭଲମନ୍ଦ ବିଷୟରେ ପଚାରି ବୁଝିଲେ

245

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ସିଂହ ମୁଖ୍ୟମନ୍ତ୍ରୀ ଗାଦି ହରାଇବା ପରେ ବି ରାସ୍ତାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସକ୍ରିୟ ଅଛନ୍ତି । ନିଜକୁ’ କମନ ମ୍ୟାନ ଅଫ୍ ଦ ମଧ୍ୟ ପ୍ରଦେଶ’ ଘୋଷିତ କରିସାରିଥିବା ଶିବରାଜ ସିଂହ ଚୌହାନ ଶନିବାର ବିଳମ୍ବିତ ରାତିରେ ପ୍ରବଳ ଶୀତ କାକରରେ ଭୋପାଳର ଶୁନଶାନ ରାସ୍ତା କଡରେ ଶୋଇଥିବା ଲୋକଙ୍କୁ ଭେଟିବା ସହିତ ସେମାନଙ୍କ ସହ ସୁଖ ଦୁଃଖ ହୋଇଥିଲେ ।

ଖାଲି ଏତିକି ନୁହେଁ ଏହି ସମୟରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ଏକ ସ୍ଥାନରେ ନିଆଁ ଲଗାଇ ସେମାନଙ୍କ ସହ ବସିଥିଲେ ଏବଂ କଥାବାର୍ତା ହୋଇଥିଲେ । ସେମାନଙ୍କର ସମସ୍ୟା ସଂପର୍କରେ ପଚାରୀ ବୁଝିଥିଲେ ଏଥି ସହିତ ହିଁ ଗରିବ ବେସାହାରା ଲୋକଙ୍କର ପାଇଁ ନିର୍ମାଣ କରାଯାଇଥିବା ରାତ୍ର ଆଶ୍ରୟ ସ୍ଥଳକୁ ବି ଯାଇ ଲୋକଙ୍କର ଭଲମନ୍ଦ ପଚାରି ବୁଝିଥିଲେ ।

ଶନିବାର ଦିନ ଯେତେବେଳେ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କର ଗ୍ରହଣରୁ ତାଙ୍କୁ ଟିକିଏ ସାମାନ୍ୟ ଫୁରସନ ମିଳିଥିଲା ସେତେବେଳେ ଶିବରାଜ ନିଜର ଅଙ୍ଗରକ୍ଷୀଙ୍କ ସହ ଭୋପାଳର ରାସ୍ତା ଅଭିମୁଖେ ବାହାରି ପଡିଥିଲେ । ପ୍ରଥମେ ଶିବରାଜ ରାସ୍ତା ଗଡରେ ଶୋଇଥିବା ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏହାପରେ ରାତ୍ର ଆଶ୍ରୟ ସ୍ଥଳରେ ରାତ୍ରୀ ଯାପନ କରୁଥିବା ଲୋକଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବିଷୟରେ ପଚାରି ବୁଢିଥିଲେ । ପାଖାପାଖି ୧ ଘଂଟା କାଳ ଏଠାରେ ରହି ଲୋକଙ୍କର ଭଲମନ୍ଦ ବିଷୟରେ ପଚାରି ବୁଝିଥିଲେ ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ୍ ଚୌହାନ ।

ଏଠାରେ ଆମେ କହି ରଖୁଛୁ କି, ସାରା ଦେଶରେ ଜାରି ରହିଛି ହାଡ ଭଙ୍ଗା ଶୀତ । ଓଡିଶା ସମେତ ଦିଲ୍ଲୀ, ଦିଲ୍ଲୀ, ମୁମ୍ବାଇ , ମଧ୍ୟପ୍ରଦେଶ ରେ ବି ଶୀତ ଅନୁଭୁତ ହେଉଛି ।