ନିର୍ବାଚନ କମିସନଙ୍କ ଖୋଲା ଚ୍ୟାଲେଞ୍ଜ ! ମେସିନକୁ ହ୍ୟାକ କରି ଦେଖାଇବାକୁ ଦେଲେ ଆହ୍ୱାନ

25

କନକ ବ୍ୟୁରୋ : ଇଲକଟ୍ରୋନିକ ଭୋଟିଂ ମେସିନକୁ ନେଇ ନିର୍ବାଚନ କମିସନଙ୍କ ଖୋଲା ଚ୍ୟାଲେଞ୍ଜ । ରାଜନୈତିକ ଦଳ ମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଆସନ୍ତୁ ଏବଂ ମେସିନକୁ ଟ୍ୟାମ୍ପରିଙ୍ଗ୍ କରି ଦେଖାନ୍ତୁ । ଇଭିଏମ ମେସିନ ଦ୍ୱାର ଭୋଟ ଟ୍ୟାମ୍ପରିଙ୍ଗ ହେଉଥିବା ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ହୋଇଛିି । ଏହି ବିବାଦର ଅନ୍ତ ଘଟାଇବା ପାଇଁ ଏହି ଆହ୍ୱାନ ଦେଇଛନ୍ତି କମିସନ ।

ଯେଉଁମାନେ ଇଭିଏମ ମେସିନ ଦ୍ୱାରା ଟ୍ୟାମ୍ପରିଙ୍ଗ ହେଉଛି ବୋଲି ଅଭିଯୋଗ କରୁଛନ୍ତି ସେମାନେ ଏହାକୁ ପ୍ରମାଣିତ କରିବାକୁ ସୁଯୋଗ ପାଇବେ । ନିର୍ବାଚନ କମିସନ ଏଥିପାଇଁ ମେ ମାସର ପ୍ରଥମ ସପ୍ତାହରେ ଡାକିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଇଭିଏମ ମେସିନକୁ ଟ୍ୟାମ୍ପରିଙ୍ଗ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତିି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ।

ସେ କହିଛନ୍ତିି ଯଦି ଟ୍ୟାମ୍ପରିଙ୍ଗ ହେଉଥାନ୍ତା ତେବେ ସେ ଶାସନକୁ ଆସି ପାରିନଥାନ୍ତେ । ସେହିପରି କଂଗ୍ରେସର ପୂର୍ବତନ ମନ୍ତ୍ରୀ ବିରାପ୍ପା ମୋଇଲି ମଧ୍ୟ ଇଭିଏମ ମେସିନର ସ୍ୱଛତା ସପକ୍ଷରେ ମତ ରଖିଛନ୍ତି । ତେବେ କଂଗ୍ରେସ ଇଭିଏମ ମେସିନକୁ ସ୍ଥାନାନ୍ତର କରି ପୁଣି ପୁରୁଣା ବାଲାଟ ପେପର ବ୍ୟବହାର କରିବାକୁ ଦାବି କରୁଛି ।