ନୂଆବର୍ଷ ଉପଲକ୍ଷେ ମନଲୋଭା ଅଫର୍ ! ମାତ୍ର ୯୯ ଟଙ୍କାରେ ଉପଲବ୍ଧ ହେବ ଜିନିଷ, ଜାଣନ୍ତୁ କେଉଁ ଅନଲାଇନ୍ ସପିଂ ସାଇଟ୍ ଦେଉଛି ସୁବିଧା

52

ଆଉ କିଛି ଦିନ ପରେ ନୂଆବର୍ଷ । ୨୦୧୭ ଶେଷ ହେବା ପାଇଁ ଉ ଅଳ୍ପ ଦିନି ବାକି । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଲୋକଙ୍କ ମନରେ ଢ଼େର ଉତ୍ସାହ । ଆଉ ନୂଆବର୍ଷକୁ ଧ୍ୟାନରେ ରଖି ସବୁ ଦୋକାନ, ଅନଲାଇନ୍ ଷ୍ଟୋର, ମଲ ଆଦିରେ ଅଫରର ବର୍ଷା ହେଉଛି । ତେବେ ଏଥିମଧ୍ୟରେ ଏକ କମ୍ପାନୀ ୯୯ ଟଙ୍କିଆ ଷ୍ଟୋର ଖୋଲିଛି । ଆଉ ଏହି ଷ୍ଟୋରରେ ସମସ୍ତ ଉତ୍ପାଦ ମାତ୍ର ୯୯ ଟଙ୍କାରେ ଉପଲବ୍ଧ କରିବ କମ୍ପାନୀ । ଏହି ଅନଲାଇନ ଷ୍ଟୋରରେ ଘରୋଇ ଜିନିଷ ଠାରୁ ଆରମ୍ଭ କରି ଗ୍ୟାଜେଟର ବିଭିନ୍ନ ପାର୍ଟସ ଓ ଅନେକ ଜିନିଷ ମାତ୍ର ୯୯ ଟଙ୍କାରେ ପାଇପାରିବେ । ଆଉ ସବୁଠାରୁ ବଡ଼ କଥା ହେଲା କିଛି ଜିନିଷ ୯୯ ଟଙ୍କାରୁ ମଧ୍ୟ କମ ମୂଲ୍ୟରେ ମିଳୁଛି । କିନ୍ତୁ କୌଣସି ଉତ୍ପାଦ ୯୯ ଟଙ୍କାରୁ ଅଧିକ ହେବ ନାହିଁ ।

ତେବେ ଆପଣ ଭାବୁଥିବେ କିଏ ଆରମ୍ଭ କରିଛି ଏହି ଆକର୍ଷଣୀୟ ଅଫର । ଲୋକପ୍ରିୟ ଅନଲାଇନ୍ ସପିଂ ସାଇଟ୍ ସ୍ନାପଡ଼ିଲ ଆରମ୍ଭ କରିଛି ଏହି ଅଫର । ସ୍ନାପଡ଼ିଲର ଏହି ଷ୍ଟୋରରେ ଆପଣଙ୍କୁ ଘରେ ବ୍ୟବହାର ହେଉଥିବା ଅନେକ ଜିନିଷ, ମୋବାଇଲ ଓ କ୍ୟାମେରାରେ ଲାଗୁଥିବା ଅନେକ ଜିନିଷ ୯୯ ଟଙ୍କା କିମ୍ବା ତା’ଠାରୁ କମ ମୂଲ୍ୟରେ ମିଳିଯିବ । ଲୋକଙ୍କ ଦରକାର ହିସାବରେ ଏହି ଷ୍ଟୋରରେ କିଛି ବିଭାଗ କରାଯାଇଛି । ଏହି ବିଭାଗ ଗୁଡ଼ିକରେ ନିଜର ମନପସନ୍ଦ ଜିନିଷ ଚୟନ କରି ଆପଣ କିଣିପାରିବେ । ତେବେ ଏହି ଷ୍ଟୋରରୁ କିଣାକିଣି କରିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ସାଧାରଣତଃ ଯେତେବେଳେ ଆପଣ ଅନଲାଇନ୍ ଷ୍ଟୋରରୁ କିଣାକିଣିି କରୁଛନ୍ତି, ଆପଣଙ୍କୁୁ ରିଫଣ୍ଡ ଓ ରିଟର୍ଣ୍ଣର ସୁବିଧା ମିଳେ ।

କିନ୍ତୁ ସ୍ନାପଡ଼ିଲର ଏହି ଷ୍ଟୋରରେ ଏପରି କୌଣସି ସୁବିଧା ନାହିଁ । ଏଠାରେ ଥରେ କୌଣସି ଜିନିଷ କିଣିଲେ ଆପଣ ଚାହିଁଲେ ମଧ୍ୟ ଫେରାଇ ପାରିବେ ନାହିଁ କି ଟଙ୍କା ଫେରସ୍ତ କରିହେବ ନାହିଁ । ଆଉ ଗୋଟିଏ କଥା ହେଲା ଥରେ ଯଦି ଆପଣ ଏହି ଜିନିଷ ଅଡ଼ର କରି ଦେଉଛନ୍ତି ତେବେ ଆଉ କ୍ୟାନସେଲ କରିପାରିବେ ନାହିଁ । ଯଦି ଅପାଣ ଭାବୁଛନ୍ତି କୌଣସି ଜିନିଷ ପସନ୍ଦ ନଆସିଲେ ଅପାଣ ତାକୁ ବଦଳାଇ ପ।ରିବେ, ତେବେ ଆପଣଙ୍କ ଧାରଣା ଭୁଲ । ଏହି ଷ୍ଟୋରରୁ ଥରେ ଜିନିଷ କିଣିବା ପରେ ଆଉ ଜିନିଷ ଫେରାଇ ହେବ ନାହିଁ । ସ୍ନାପଡ଼ିଲ ଅନୁସାରେ ଏହି ଷ୍ଟୋରରୁ କିଣିଥିବା ଉତ୍ପାଦକୁ ରିପ୍ଲେସ କରିହେବ ନାହିଁ । ଏହି ଷ୍ଟୋରରୁ ଆପଣ ଅନେକ ଦରକାରୀ ଉତ୍ପାଦ କିଣିପାରିବେ । କିନ୍ତୁ କିଛି ଜିନିଷ କିଣିବା ପୂର୍ବରୁ ଉତ୍ପାଦ ବିଷୟରେ ପୂର୍ବରୁ ତଦାରଖ କରିନିଅନ୍ତୁ । ଯଦ୍ୱାରା ଭବିଷ୍ୟତରେ କୌଣସି ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ ।