ଚାକିରି ନେଇଗଲେ ସରକାର ! ଫୁଲତୋଡା ଦେଇଥିବା ଅଧିକାରୀଙ୍କ ଦେହରେ ଲାଗିଥିଲା ଦୁର୍ନୀତିର ଦାଗ ।

୧୫ ଜଣ ଅଫିସରଙ୍କୁ ଅବସରର ନୋଟିସ୍ ପଠାଇଛନ୍ତି।

785

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ସରକାର ଗଢ଼ିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନର୍ଥ ବ୍ଲକ ସ୍ଥିତ କାର୍ଯ୍ୟାଳୟରେ ନିଜର ଦାୟିତ୍ୱ ସମ୍ଭାଳିବା ପାଇଁ ପହଞ୍ଚିଥିଲେ । ସେଠାରେ ଭାରତୀୟ ରାଜସ୍ୱ ସେବା ସଂଘର ଅଧ୍ୟକ୍ଷ ଅନୁପ୍ ଶ୍ରୀବାସ୍ତବ ନିଜର ସହଯୋଗୀଙ୍କ ସହିତ ମିଶି ନିର୍ମଳା ସୀତାରମଣଙ୍କୁ ଏକ ବଡ଼ ଫୁଲତୋଡା ଦେଇଥିଲେ। ଏହି ଫଟୋ ଜୁନ୍ ୩ରେ ଆଇଆରଏସ୍ ଆସୋସିଏସନ୍ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିଲା।

ଟୁଇଟରରେ ସେୟାର କରାଯାଇଥିବା ଏହି ଫଟୋରେ ଲେଖାଯାଇଛି କି, ଆସୋସିଏସନର ଅଧ୍ୟକ୍ଷ ଓ ସଦସ୍ୟ ସମ୍ମାନନୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସ୍ୱାଗତ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ଓ ବିକଶିତ ଭାରତର ନିର୍ମାଣ ପାଇଁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁସାରେ, ଫୁଲ ତୋଡା ଦେବାର ୧୮ଦିନ ପରେ ନିର୍ମଳା ସୀତାରମଣ ଆରଏସଏସ୍ ସଂଘ ଅଧ୍ୟକ୍ଷ ଅନୁପ ଶ୍ରୀବାସ୍ତଙ୍କ ସହିତ ୧୫ ଜଣ ଅଫିସରଙ୍କୁ ଅବସରର ନୋଟିସ୍ ପଠାଇଛନ୍ତି। ନୋଟିସ୍ ପଠା ଯାଇଥିବା ସମସ୍ତ ଅଧିକାରୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଲଗା ଯାଇଥିଲା। ଏହି ସମସ୍ତ ଅଧିକାରୀଙ୍କ ଉପରେ ଧାରା ୫୬ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେପଟେ ଅନୁପ୍ ନିଜ ଉପରେ ଲାଗିଥିବା ଏହି ଅଭିଯୋଗକୁ ମିଥ୍ୟା ବୋଲି କହୁଛନ୍ତି। ଅନୁପ୍ ଶ୍ରୀବାସ୍ତ ଏଯାବତ୍ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ଓ କଷ୍ଟମର ପ୍ରିନ୍ସପାଲ କମିସନର ପଦରେ ନିୟୋଜିତ ଥିଲେ। ଏହି ଦାୟିତ୍ୱରେ ଥିବା ସମୟରେ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗମାନ ଥିବା ଜଣାପଡ଼ିଛି ।

Comments are closed.