କାହିଁକି ଆୱର୍ଡ ଶୋ’ରେ ସାମିଲ ହୁଅନ୍ତି ନାହିଁ ବଲିଉଡର ସୁପରଷ୍ଟାର ଅମିର ଖାନ୍ ?

89

ଏକଥା ତ ସମସ୍ତେ ଜାଣନ୍ତି କି ଅମିର ଖାନ କୌଣସି ବି ଆୱାର୍ଡ ଶୋ’ରେ ସାମିଲ ହୁଅନ୍ତି ନାହିଁ । କିନ୍ତୁ ଖୁବ୍ କମ୍ ଲୋକେ ଜାଣନ୍ତି ଅମିର ଆୱାର୍ଡ ଶୋ’ରେ ସାମିଲ ନହେବାର କାରଣ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କି ଅମିର ଆୱାର୍ଡ ଶୋ’ରେ କାହିଁକି ଯୋଗ ଦିଅନ୍ତି ନାହିଁ ।

ଆପଣ ଜାଣିଲେ ଚକିତ ହେବେ କି, ଅମିର ଏହି ନିଷ୍ପତି ଖୋଦ୍ ନେଇଛନ୍ତି । ଆଉ ତାଙ୍କର ଏହି ନିଷ୍ପତି ଆଜିକାର ନୁହେଁ ବରଂ ବର୍ଷ ୧୯୯୨ ମସିହାର । ଏଠାରେ ଆମେ କହି ରଖୁଛୁ କି ୧୯୯୨ରେ ବଲିଉଡର ତିନୋଟି ଦମଦାର ସିନେମା ପରଦାକୁ ଆସିଥିଲା । ଯେଉଁଥିରେ ଅଭିନୟ କରିଥିବା ନାୟକମାନଙ୍କୁ ବେଷ୍ଟ ଆକ୍ଟରର ତାଜ୍ ମିଳିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ମାତ୍ର ଏକଥା କେହି ବି ସ୍ଥିର କରିପାରି ନଥିଲେ କି ଏହି ଟ୍ୟାଗଟି କାହା ନାଁରେ ଯୋଡାଯିବ । କୁହାଯାଏ, ଏହି ତାଲିକାର ଶୀର୍ଷରେ ଥିଲେ ଅନୀଲ କପୁର । କାରଣ ସେହି ବର୍ଷ ତାଙ୍କ ସିନେମା ବେଟ୍ଟା ରିଲିଜ୍ ହୋଇଥିଲା । ଏହାପରେ ବିଗ୍ ବିଙ୍କ ନାଁ ମଧ୍ୟ ଶୁଣିବାକୁ ମିଳିଥିଲା । ସେହିବର୍ଷ ତାଙ୍କ ସିନେମା ଖୁଦା ଗବାହ ପରଦାକୁ ଆସିଥିବା ବେଳେ ଅମିରଙ୍କ ସିନେମା ‘ଜୋ ଜିତା ବହି ସିକନ୍ଦର’ ମଧ୍ୟ ପରଦାକୁ ଆସିଥିଲା ।

ତେବେ ଅମିର ଖାନଙ୍କୁ ପୁରା ଲାଗିଥିଲା କି ସେ ହିଁ ସେହି ମୁକୁଟ ପିନ୍ଧିବେ । ମାତ୍ର ତାଙ୍କ ଆଶା ଆଶାରେ ହିଁ ରହିଯାଇଥିଲା । କାରଣ ଫିଲ୍ମଫେୟାର ଆୱର୍ଡକୁ ଜିତି ଥିଲେ ଅନୀଲ କପୁର । ବାସ୍ ଏହି କଥାକୁ ନେଇ ଅମିର ଖାନ ଏତେ ମାତ୍ରାରେ ରାଗି ଯାଇଥିଲେ କି କୌଣସି ଆୱର୍ଡ କାର୍ଯ୍ୟକ୍ରମରେ ସାମିଲ ନହେବା ପାଇଁ ନିଷ୍ପତି ନେଇଥିଲେ । ଆଉ ଯାହାର ଫଳାଫଳ ଏବେ ଆପଣଙ୍କ ସାମ୍ନାରେ । ଅର୍ଥାତ୍ ସେହିଦିନଠାରୁ ଅମିର ଖାନ୍ କୌଣସି ଆୱର୍ଡ ଶୋ’ରେ ଯୋଗ ଦିଅନ୍ତି ନାହିଁ ।