ବିଗ୍ ବି ଟ୍ୱିଟରରେ ସେୟାର କଲେ ୪୦ ବର୍ଷର ସ୍ମୃତି ! ଅଭିଷେକ ଓ ଶ୍ୱେତାଙ୍କ ସହ ମିଳିତ ଫଟୋ

32

amitabhବଲିଉଡର ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ ,ଋଷି କପୁର ଓ ଦିବଂଗତ ଅଭିନେତା ବିନୋଦ ଖାନ୍ନା । ଏହି ତିନି ଜଣଙ୍କ ଫିଲ୍ମ ‘ଅମର ଅକବର ଆନ୍ଥୋନୀ’ କୁ ହୋଇଛି ୪୦ ବର୍ଷ । ଆଉ ଏହି ସ୍ମୃତିକୁ ତାଜା କରି ନିଜ ଟ୍ୱିଟରରେ ଅମିତାଭ ସେୟାର କରିଛନ୍ତି କିଛି ଫଟୋ । ଯାହା ଏହି ଫିଲ୍ମ ସହ ଜଡିତ ।

ଏହା ସହ ବିଗ୍ ବି ଟ୍ୱିଟରରେ ସେୟାର କରିଛନ୍ତି ଏକ ସୁନ୍ଦର ଫଟୋ । ଯାହା ‘ଅମର ଅକବର ଆନ୍ଥୋନୀ’ ସହ ମଧ୍ୟ ଜଡିତ । କଥା ଏୟା ଯେ ଅମିତାଭ , ଝିଅ ଶ୍ୱେତା ଓ ପୁଅ ଅଭିଷେକଙ୍କ ସହ ଏହି ଫଟୋରେ ନଜର ଆସିଛନ୍ତି । ଆଉ ଏହି ଫଟୋକୁ ଅମିତାଭ ‘ଅମର ଅକବର ଆନ୍ଥୋନୀ’ ର ସୁଟିଂ ସେଟରେ ଉଠାଇଥିଲେ । ସେତେବେଳେ ଗୋଟେ ଗୀତର ସୁଟିଂ ଚାଲିଥିଲା । ଅଭିଷେକ ଓ ଶ୍ୱେତା ବାପା ଅମିତାଭଙ୍କୁ ଭେଟିବାକୁ ଆସିଥିଲେ । ଆଜି ଏତେ ଦିନ ପରେ ସେ ସ୍ମୃତିକୁ ଅମିତାଭ ପ୍ରଶଂସକଙ୍କୁ ସେୟାର କରିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ – ‘ମତେ ତ ଥରେ ଫୋନ୍ କରିପାରିଥାନ୍ତ’! ସିନେମାରେ ସଚିନ କହିଲେ ମନର କଥା