ପୁଣି କାଷ୍ଟିଂ କାଉଚ ଅଭିଯୋଗ ! ଟଲିଉଡ ନାୟିକା କସ୍ତୁରୀ ଆଣିଲେ ଅଭିଯୋଗ
ପୁଣି କାଷ୍ଟିଂ କାଉଚ ଅଭିଯୋଗ । ଏଥରକ କୌଣସି ଓଲିଉଡ କି ଜଲିଉଡରେ ନୁହେଁ ବରଂ ଟଲିଉଡରୁ ଆସିଛି କାଷ୍ଟିଂ କାଉଚର ଅଭିଯୋଗ । ତେବେ ତେଲୁଗୁ ସିନେମାର ଜଣେ ନାମକରା ଅଭିନେତ୍ରୀ କସ୍ତୁରୀ ଆଣିଛନ୍ତି ଏହି ଅଭିଯୋଗ । ଯଦିଓ କସ୍ତୁରୀ ଉକ୍ତ ଅଭିନେତାଙ୍କ ନାଁ ଗୋପନ ରଖିଛନ୍ତି ତେବେ ସେ ଖାଲି ଏତିକି କହିଥିଲେ କି ଉକ୍ତ ଅଭିନେତା ଜଣଙ୍କ ଏବେ ଜଣେ ରାଜନେତା ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତାଜା ସୂଚନା ଅନୁସାରେ, ନିକଟରେ କସ୍ତୁରୀ ଏକ ସାକ୍ଷାତକାରରେ ଏଭଳି ଅଭିଯୋଗ ଆଣିଛନ୍ତି । ଆଉ ଏହାର ଖୁଲାସା କରି କହିଥିଲେ କି, ‘ମୁଁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି ଯାହା କେବଳ ଜଣେ ଅଭିନେତାଙ୍କ ସହ ଜଡିତ ଆଉ ଯିଏ କି ଏବେ ଜଣେ ରାଜନେତା ଅଛନ୍ତି । ମୁଁ ସେହି ଅଭିନେତାଙ୍କୁ ବହୁତ ସମ୍ମାନ ଦିଏ । କିନ୍ତୁ ତାଙ୍କୁ କୌଣସି କଥା ପାଇଁ ନା ଶୁଣିବା ପସନ୍ଦ ନୁହେଁ । ସେ ସବୁବେଳେ ସେହି ଗୋଟିଏ ସିନେମା ପାଇଁ ମୋର ଶୋଷଣ କରିବାକୁ ଲାଗିଥିଲା ଯାହାକୁ ମୁଁ ତାଙ୍କ ସହିତ କରିଥିଲି ଏବଂ ଯାହାକାରଣରୁ ସେ ମୋତେ ଅନ୍ୟ ୨ଟି ସିନେମାରୁ ବାହାର କରିଦେଇଥିଲେ ।’
ତେବେ ଏଠାରେ ଆମେ କହି ରଖୁଛୁ କି, କସ୍ତୁରୀ ପ୍ରଥମ ଅଭିନେତ୍ରୀ ନୁହଁନ୍ତି ଯାହାଙ୍କୁ ଦକ୍ଷିଣ ଭାରତୀୟ ସିନେମା ଜଗତରେ କାଷ୍ଟିଂ କାଉଚର ସାମ୍ନା କରିବାକୁ ପଡିଛି । ପୂର୍ବରୁ ଅଭିନେତ୍ରୀ ରାଧିକା ଆପ୍ତେ ମଧ୍ୟ ଅଭିଯୋଗ କରିଥିଲେ କି ଦକ୍ଷିଣ ଭାରତୀୟ ସିନେମା ଜଗତରେ ତାଙ୍କୁ ମଧ୍ୟ ଏହାର ଶିକାର ହେବାକୁ ପଡିଥିଲା ।