ଖୁସି ଖବର: ଖୁବ୍ ଶୀଘ୍ର କପିଲ ଶର୍ମାଙ୍କ ସୋ’କୁ ଫେରି ପାରନ୍ତି ସୁନୀଲ ଗ୍ରୋବର

40

କିଛିଦିନ ହେଲା ଟିଭି ପରଦାରୁ ଅଦୃଶ୍ୟ ହୋଇଯାଇଥିବା ସୁନୀଲ ଗ୍ରୋବର ଏବେ କିନ୍ତୁ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସୂଚନା ମୁତାବକ, ସୁନୀଲ ନିଜ ଟୁଇଟର ଆକାଉଂଟରେ ତାଙ୍କର ଜଣେ ଫ୍ୟାନଙ୍କୁ କପିଲ ଶର୍ମାଙ୍କ ସହ ଜଡିତ ଏକ ପ୍ରଶ୍ନର ଉତ୍ତରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ସୁନୀଲ ଗ୍ରୋବରଙ୍କୁ ଫ୍ୟାନ ଜଣକ ଟୁଇଟ୍ କରି ପ୍ରଶ୍ନ କରିଥିଲେ କି, ‘ଭାଇ ଆପଣ କପିଲ ଶର୍ମାଙ୍କ ଅଭିନିତ ସିନେମା ‘ଫରଙ୍ଗି’ ବିଷୟରେ କଣ କହିବେ’ ? ଯାହାର ଜବାବରେ ସୁନୀଲ ଯାହା ଲେଖିଥିଲେ ତାହା ତାଙ୍କ ଫ୍ୟାନମାନଙ୍କୁ ପାଇଁ କୌଣସି ଖୁସି ଖବରଠାରୁ କମ୍ ନଥିଲା ।

ସୁନୀଲ ଲେଖିଥିଲେ ଯେ, ‘ଅଲ୍ ଦ ବେଷ୍ଟ’ । ଖାଲି ସେତିକି ନୁହେଁ ସେ ଆହୁରୀ ମଧ୍ୟ ଲେଖିଥିଲେ କି, ସେ ସବୁବେଳେ କପିଲଙ୍କ ମଙ୍ଗଳ କାମନା କରନ୍ତି ଆଉ ତାଙ୍କ ସହ ସବୁବେଳେ ଅଛନ୍ତି ବୋଲି । ବାସ୍ କଥା ମାତ୍ର ଏତିକି, ସୁନୀଲଙ୍କ ଏହି ଦୁଇ ପଦ କଥା ଏବେ ତାଙ୍କ ଫ୍ୟାନମାନଙ୍କ ମନରେ ଆଶା ସୃଷ୍ଟି କରିଛି କି ସେ କପିଲଙ୍କ ସହ ପୁଣି ଥରେ କାମ କରିପାରନ୍ତି ।

ତେବେ, ଏହା ପ୍ରଥମ ଘଟଣା ନୁହେଁ ଯେ ସୁନୀଲଙ୍କର କପିଲଙ୍କ ସହ ଝଗଡା ପରେ ସେ ଏଭଳି କୌଣସି ମେସେଜ୍ ଲେଖିନାହାଁନ୍ତି । କାରଣ, ନିକଟରେ ସୁନୀଲ ନିଜର ଜନ୍ମଦିନ ପାଳନ କରିଥିଲେ ଆଉ ଏହି ଅବସରରେ କପିଲ ଶର୍ମା ସୁନୀଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ସୁନୀଲଙ୍କ ଶୁଭକାମନା କରିଥିଲେ । ଯାହାକୁ ସୁନୀଲ ଗ୍ରହଣ ମଧ୍ୟ କରିଥିଲେ ।

ଏଠାରେ ଆମେ କହିରଖୁଛୁ କି, ଅଷ୍ଟ୍ରେଲିଆରୁ ଫେରିବା ସମୟରେ ସୁନୀଲ ଗ୍ରୋବର ଏବଂ କପିଲ ଶର୍ମାଙ୍କ ମଧ୍ୟରେ ବିମାନରେ ଝଗଡା ହୋଇଥିଲା ଯାହାପରଠୁ ସୁନୀଲ, କପିଲଙ୍କ ସୋ’ ଛାଡି ଦେଇଥିଲେ । ତେବେ ଖୁବ୍ ଶୀଘ୍ର ସୁନୀଲ କପିଲଙ୍କ ସୋ’ରେ ନଜର ଆସିପାରନ୍ତି ବୋଲି ଏବେ ଶୁଣିବାକୁ ମିଳିଛି ।

ସୌଜନ୍ୟ: ଏବିପି ନ୍ୟୁଜ୍