ସୋନାକ୍ଷୀଙ୍କ ସହ ଭଜନ ଶୁଣିବେ ବାବା ରାମଦେବ ! କାହିଁକି ଜାଣନ୍ତୁ

37

ଏପର୍ଯ୍ୟନ୍ତ ରିୟାଲିଟି ସୋରେ ଦର୍ଶକେ ଅନେକ ପ୍ରତିଭା ଦେଖିସାରିଛନ୍ତି । ଯେଉଁଥିରେ ନାଚ, ଗୀତ, ଅଭିନୟ, ଖେଳ ଏବଂ ବିଗ୍ ବସ୍ ଘର ଭଳି ପଲିଟିକ୍ସ ସାମିଲ । କିନ୍ତୁ ଏବେ କିଛି ନୁଆ ହେବାକୁ ଯାଉଛି ଅର୍ଥାତ୍ ଖୁବ୍ ଶୀଘ୍ର ଏକ ନୁଆ ରିୟାଲିଟି ସୋ’ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ପ୍ରତିଯୋଗୀଙ୍କୁ କେବଳ ଭଜନ ଗାଇବାକୁ ପଡିବ ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଖବର ମୁତାବକ, ବାବା ରାମଦେବ ଏହି କାର୍ଯ୍ୟକ୍ରମରେ ନଜର ଆସୁଛନ୍ତି ଏବଂ ତାଙ୍କୁ କାର୍ଯ୍ୟକ୍ରମର ମହାଗୁରୁର ଆଖ୍ୟା ଦିଆଯାଇଛି । ସେହିପରି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଧ୍ୟ ଏହି ସୋ’ରେ ବିଚାରକ ଭାବେ ନଜର ଆସୁଛନ୍ତି । ଏଥିସହିତ ରବିଜାନୀ ଏବଂ ଗାୟିକା କନିକା କପୂରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ଏହି ସୋ’ର ନାଁ ରହିଛି ‘ଓମ୍ ଶାନ୍ତି ଓମ୍’ । ତେବେ ଶାହରୁଖ ଖାନଙ୍କ ସହିତ କନେକ୍ସନ ବ୍ୟତୀତ ଏହାର ଅନ୍ୟ ଏକ କନେକ୍ସନ ଆମିର ଖାନର ଅଭିନିତ ସିନେମା ‘ଦଙ୍ଗଲ’ ସହ ମଧ୍ୟ ରହିଛି । ସିନେମାରେ ଆମିର ଖାନଙ୍କ ପୁତୁରା ସାଜିଥିବା ଅଭିନେତା ଅପାର ଶକ୍ତି ଖୁରାନା ଏହି ରିୟାଲିଟି ସୋ’ର ହୋଷ୍ଟ କରିବେ ।

ସୂଚନା ମୁତାବକ, ଲାଇଫ୍ ଓକେରେ ଖୁବ୍ ଶୀଘ୍ର ଏହି ସୋ’ଟି ଆରମ୍ଭ ହେବାକୁ ଯାଉଛି । ଯାହାର ଗ୍ରାଣ୍ଡ୍ ଓପନିଂ ପାଇଁ ବଲିଉଡ୍ ଅଭିନେତା ରଣବୀର ସିଂହଙ୍କୁ ସ୍ୱତନ୍ତ୍ର ଅତିଥି ଭାବରେ ଆମନ୍ତ୍ରିତ କରାଯାଇଛି ।