ଇଂରାଜୀ ଭାଷାରେ ଦୁର୍ବଳତା କାରଣରୁ ସାଥୀଙ୍କ ଗ୍ରହଣରେ ‘ଆଉଟସାଇଡର’ ଥିଲେ ଶ୍ରେୟସ ତଲପଡେ !

35

ଅଭିନେତା ଇରଫାନ ଖାନଙ୍କ ଅଭିନିତ ସିନେମା ‘ହିନ୍ଦୀ ମିଡିୟମ’ର ରିଲିଜ୍ ଅବସରରେ ଅଭିନେତା ଶ୍ରେୟସ ତଲପଡେ ନିଜର କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ ଫ୍ୟାନ୍ସଙ୍କ ନିକଟରେ ସେୟାର କରିଛନ୍ତି । ସେ କହିଛନ୍ତି କି, ପିଲାବେଳେ ପାଠପଢା ସମୟରେ ସେ ସହପାଠୀଙ୍କ ଗ୍ରହଣରେ ନିଜକୁ ବହୁତ ହୀନ ମନେ କରୁଥିଲେ । ଯାହାର ମୁଖ୍ୟ କାରଣ ଥିଲା, ତାଙ୍କର ଇଂରାଜୀ ଭାଷାରେ ଥିବା ଦୁର୍ବଳତା ।

ସୂଚନା ମୁତାବକ, ଇରଫାନ ଖାନ ଏବଂ ପାକିସ୍ତାନି ଅଭିନେତ୍ରୀ ସବା କମରଙ୍କ ଅଭିନିତ ସିନେମା ‘ହିନ୍ଦୀ ମିଡିୟମ’ରେ ଶିକ୍ଷା ପ୍ରଣାଳୀରେ ହିନ୍ଦୀ ଏବଂ ଇଂରାଜୀ ମଧ୍ୟରେ ବିଭାଜନକୁ ଦର୍ଶାଯାଇଛି । ତେବେ ଏହି ସିନେମାର ରିଲିଜ୍ ଅବସରରେ ଅଭିନେତା ଶ୍ରେୟସ କହିଛନ୍ତି କି ତାଙ୍କର ଇଂରାଜୀ ଭାଷାରେ ଥିବା ଦୁର୍ବଳତା କାରଣରୁ ତାଙ୍କୁ ସାଥୀଙ୍କ ଉପହାସର ଶିକାର ହେବାକୁ ପଡିଥିଲା ।

ଖାଲି ସେତିକ ନୁହେଁ ଏଥିପାଇଁ ପିଲାବେଳେ ସେ ଅନ୍ୟ ପିଲାଙ୍କଠାରୁ ନିଜକୁ ବହୁତ ହୀନ ମନେ କରୁଥିଲେ । କିନ୍ତୁ ବୟସ ବଢିବା ଅନୁସାରେ ସେ ନିଜର ଏଭଳି ଚିନ୍ତାଧାରାକୁ ବୁଝିପାରିଥିଲେ । ସେ ପୁଣି ମଧ୍ୟ କହିଥିଲେ କି, ହିନ୍ଦୀ ଆମର ରାଷ୍ଟ୍ର ଭାଷା ଅଟେ । ନିଜ ଦେଶର ଭାଷା କହିବାକୁ ଆମକୁ କୌଣସି ଲଜ୍ଜା କିମ୍ବା କୁଣ୍ଠାବୋଧ ନ କରିବା ଉଚିତ୍ ।