ଭାଇଜାନଙ୍କ ସହ ଥିବା ମନୋମାଳିନ୍ୟ ପଛର ପ୍ରକୃତ କାରଣ ଖୋଲି କହିଲେ ସଂଜୟ ଦତ୍ତ

68

ସଲମାନ ଖାନ ଏବଂ ସଂଜୟ ଦତ୍ତଙ୍କ ବନ୍ଧୁତାକୁ ସିନେମା ଜଗତର ଏକ ମିଶାଲ ବୋଲି କୁହାଯାଏ । ହେଲେ ଏହି ବନ୍ଧୁତାରେ ଏବେ କାହାର ନଜର ଲାଗି ଯାଇଛି । କାରଣ କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉନଥିବା କି କେହି କାହାର ମୁହଁ ଚାହୁଁନଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ତେବେ ଏହାକୁ ଖଣ୍ଡନ କରିଛନ୍ତି ଖୋଦ ସଂଜୟ ଦତ୍ତ ଆଉ ସଫେଇ ଦେଇ କହିଛନ୍ତି କି ତାଙ୍କର ସଲମାନଙ୍କ ସହ କୌଣସି ଝଗଡା ହୋଇନାହିଁ ବୋଲି ।

ନିକଟରେ ମୁକେଶ ଅମ୍ବାନୀଙ୍କ ଘରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜା ଉତ୍ସବରେ ସାମିଲ ହୋଇ ଥିଲେ ଏହି ଦୁଇ ଷ୍ଟାର । ଏବଂ ଏହି ସମୟରେ ହିଁ ସେମାନଙ୍କୁ ପରସ୍ପର ସହ କଥାବାତ୍ତା ହୋଇଥିଲେ । ଆଉ ଏହି ଅବସରରେ ହିଁ ସଂଜୟଙ୍କୁ ଯେତେବେଳେ ଏନେଇ ସଂଜୟଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏଭଳି ସଫେଇ ଦେଇଥିଲେ ।
ସଂଜୟ ଦତ୍ତ କହିଥିଲେ କି, ଆମ ଭିତରେ ସବୁକିଛି ଠିକ୍ ଠାକ୍ ଅଛି । ସଲମାନ ମୋ ଭାଇ ଭଳି ଆଉ ସବୁବେଳେ ଏମିତି ରହିଥିବେ । ମୁଁ ତାଙ୍କୁ ବହୁତ ଭଲ ପାଏ । ଆମେ ଦୁଇ ଜଣ ଅଭିନେତା ଅଟୁ । ତେଣୁ ସବୁବେଳେ ନିଜ ନିଜ କାମରେ ବ୍ୟସ୍ତ ରହୁଛୁ । କିନ୍ତୁ ମିଡିଆ ଏହି କଥାକୁ ଅନ୍ୟ ଅର୍ଥ ବାହାର କରିଛି । ମୁଁ ବୁଝି ପାରୁନି କି, ଲୋକେ କାହିଁକି ଏଭଳି ଚିନ୍ତା କରୁଛନ୍ତି କି ଆମ ଭିତରେ କୌଣସି ଝଗଡା ହୋଇଛି ବୋଲି । ଆମେ ପ୍ରତିଦିନ ଭେଟା ଭେଟି ହୋଇପାରୁନୁ ତାହା ନୁହେଁ ଯେ ଆମ ଭିତରେ ସେଭଳି କୌଣସି ମନମାଳିନ୍ୟ ଥାଇପାରେ । ଆମ ଭିତରେ ଥିବା ଭଲ ପାଇବା ଅତୁଟ ରହିଛି ଏବଂ ସବୁଦିନ ପାଇଁ ମଧ୍ୟ ରହିଥିବ ।

ଏଠାରେ ଆମେ କହି ରଖୁଛୁ କି, ଉଭୟଙ୍କ ମଧ୍ୟରେ ଝଗଡା ହେବା ଖବର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜେଲରୁ ବାହାରିବା ପରେ ସଲମାନ ସଂଜୟଙ୍କୁ ଭେଟିବାକୁ ଯାଇନଥିଲେ । ଏହା ପରଠାରୁ ଅଧିକାଂଶ ସମୟରେ ସେମାନେ ପରସ୍ପରକୁ ନଦେଖିବା ଭଳି ମଧ୍ୟ ନଜର ଆସନ୍ତି । ଶୁଣିବାକୁ ମିଳେକି, ସଲମାନଙ୍କର ଏକ୍ସ ମ୍ୟାନେଜର ରେସ୍ମା ଶେଟ୍ଟୀଙ୍କ କାରଣରୁ ହିଁ ଦୁହିଁଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି ।

ସଲମାନ, ସଂଜୟ ଦତ୍ତଙ୍କୁ ରେସ୍ମା ସେଟ୍ଟୀଙ୍କୁ ତାଙ୍କର ମ୍ୟାନେଜର କରିବାକୁ ପରାମର୍ଶ ଦେଇଥିଲେ ଆଉ ସଂଜୟ ମଧ୍ୟ ସଲମାନଙ୍କ କଥାରେ ରାଜି ହୋଇଯାଇଥିଲେ ଓ ରେସ୍ମାଙ୍କୁ ରଖିଥିଲେ । ହେଲେ ରେସ୍ମାଙ୍କ କାରଣରୁ ସଂଜୟ ଦତ୍ତଙ୍କୁ କୌଣସି ଭଲ ସିନେମା ପ୍ରୋଜେକ୍ଟ ମିଳି ନଥିଲା । ଯାହାପରେ ସଂଜୟ ରେସ୍ମାଙ୍କୁ ବାହାର କରି ଦେଇଥିଲେ । ତେବେ ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦେଇଥିବା ଖବର ଆସିଥିଲା ।