ଭାଇଜାନଙ୍କୁ ‘ଗ୍ଲୋବାଲ ଡାଇଭର୍ସିଟି’ ପୁରସ୍କାର ! ଇଂଲଣ୍ଡର ସାଂସଦ ଭବନରେ ହେଲେ ସମ୍ମାନିତ

28

ଲଣ୍ଡନରେ ସଲମାନ ଖାନଙ୍କୁ ‘ଗ୍ଲୋବାଲ ଡାଇଭର୍ସିଟି’ ଆୱାର୍ଡ ବା ବିବିଧତାର ପୁରସ୍କାର । ଭାରତୀୟ ସିନେମା, ଅଭିନୟ, ପ୍ରଯୋଜନା, ଟେଲିଭିଜନ ବ୍ୟକ୍ତିତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସଲମାନ ଖାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ସୂଚନା ମୁତାବକ, ବ୍ରିଟିସ୍ ପାର୍ଲାମେଂଟ ହାଉସରେ ସଲମାନଙ୍କୁ ଏହି ବିଶ୍ୱ ବିବିଧତା ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଅବସରରେ ପୁରସ୍କାର ପ୍ରଦାନ କରିଥିବା ବ୍ରିଟିଶ୍ ସାଂସଦ କରିଥିଲେ, ସଲମାନ କୋଟି କୋଟି ପ୍ରଶଂସକଙ୍କ ପାଇଁ ଆଦର୍ଶ ।

ଏଠାରେ ଆମେ କହି ରଖୁଛୁ କି, ସଲମାନ ତୃତୀୟ ସିନେ ତାରକା ଭାବରେ ଏହି ସମ୍ମାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ସଲମାନଙ୍କ ପୂର୍ବରୁ ଅମିତାଭ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି ‘ଗ୍ଲୋବାଲ ଡାଇଭର୍ସିଟି’ ପୁରସ୍କାର ହାସଲ କରିବାରେ ମଧ୍ୟ ସମର୍ଥ ହୋଇଛନ୍ତି ।