ସୋନୁଙ୍କ ଜୀବନ ପ୍ରତି ବିପଦ ! ପୁଲିସକୁ ସୂଚନା ଦେଲା ଗୁଇନ୍ଦା ବିଭାଗ

47

ବଲିଉଡ ଜଗତର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଜୀବନ ପ୍ରତି ରହିଛି ବିପଦ । ମିଳିଥିବା ସୂଚନା ମୁତାବକ, ସୋନୁ ନିଗମଙ୍କ ଜୀବନ ପ୍ରତି ବିପଦ ଥିବା ଖବର ପ୍ରଘଟ ହେବା ପରେ ପରେ ସୋନୁଙ୍କ ସୁରକ୍ଷା ନେଇ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ତେବେ ମହାରାଷ୍ଟ୍ରର ଗୁଇନ୍ଦା ବିଭାଗ କିଛି କଟ୍ଟରପନ୍ଥୀ ସଂଗଠନ ସୋନୁ ନିଗମଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ଚଲାଇଥିବା ନେଇ ପୁଲିସକୁ ସୂଚିତ କରିଛି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ସୋନୁ ନିଗମଙ୍କୁ କୌଣସି ସର୍ବସାଧାରଣ ସ୍ଥାନ କିମ୍ବା କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ହିଁ ଏହାର ଶିକାର କରିପାରନ୍ତି ବୋଲି ପୁଲିସକୁ ମିଳିଥିବା ସୂଚନାରୁ ଜଣାପଡିଛି । ଯେଉଁଥିପାଇଁ ସୋନୁ ନିଗମଙ୍କ ସୁରକ୍ଷା ଲାଗି ପୁଲିସ ତରଫରୁ ବି ସତର୍କତା ଅବଲମ୍ବନ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ଗତବର୍ଷ ଗାୟକ ସୋନୁ ନିଗମ ନିଜର ବୟାନ ପାଇଁ ଅଡୁଆରେ ଫସିଥିଲେ । ଯେଉଁଥିରେ ସେ ମସଜିଦରେ ଲଗାଯାଉଥିବା ଲାଉଡ ସ୍ପିକରକୁ ବନ୍ଦ କରିବାକୁ ଦାବି କରିଥିଲେ । ଆଉ ଏହି କାରଣରୁ ହିଁ ତାଙ୍କୁ ବାରମ୍ବାର ମାରି ଦିଆଯିବା ଭଳି ଧମକ ଆସୁଥିଲା । ଏହାଛଡା ସେହି ସମୟରେ ସୋନୁଙ୍କ ବିରୁଦ୍ଧରେ ଫତୱା ମଧ୍ୟ ଜାରି ହୋଇଥିଲା ।