ଚୀନରେ ମଧ୍ୟ ଦେଖିବାକୁ ମିଳିବ ସୁପରହିଟ୍ ସିନେମା ‘ଦଙ୍ଗଲ୍’ !

46

ସୁପରହିଟ୍ ସିନେମା ‘ଦଙ୍ଗଲ୍’ ଏବେ ରିଲିଜ୍ ହେବ ଚୀନରେ । ଆମିର୍ ଖାନ୍ ଓ ନିତେଶ୍ ତିୱାରୀ ଏହାର ପ୍ରମୋଶନ୍ ପାଇଁ ଚୀନ୍ ଯାଇଥିବା ଜଣାପଡିଛି । ତେବେ ସିନେମାଟି ଚୀନରେ ମେ ୫ ତାରିଖରେ ରିଲିଜ୍ ହେବାର ଜଣାପଡିଛି । ପୂର୍ବରୁ ମଧ୍ୟ ଆମିର୍ ସିନେମା ପିକେ, ଥ୍ରୀ ଇଡିଏଟସ୍, ଓ ଧୁମ୍ ଥ୍ରୀ ଚୀନର ବକ୍ସଅଫିସରେ ସଫଳତା ହାସଲ୍ କରିସାରିଛି । ଏବେ ସେଠାରେ ‘ଦଙ୍ଗଲ୍’ର ସଫଳତାକୁ ନେଇ ମଧ୍ୟ ଆଶା କରାଯାଉଛି । ଚୀନ୍ ଡିଷ୍ଟ୍ରିବ୍ୟୁଟରସମାନେ ଏହି ସିନେମାକୁ ସେଠାରେ ଭବ୍ୟ ଢଙ୍ଗରେ ରିଲିଜ୍ କରିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି ।