ଫ୍ରାଇଡେ ରିଲିଜରେ ଦୁଇଟି ହାଇବଜେଟ ସିନେମା! ବିଗବିଙ୍କ ‘ସରକାର ୩’କୁ କଡା ଟକ୍କର ଦେବ ଆୟୁଷ୍ମାନ ଖୁରାନଙ୍କ ‘ମେରି ପ୍ୟାରୀ ବିନ୍ଦୁ’

32

ଫ୍ରାଇଡେ ରିଲିଜରେ ଆଜି ଦର୍ଶକ ଦେଖିବାକୁ ପାଇବେ ଦୁଇଟି ହାଇବଜେଟ ଓ ମଲଟିଷ୍ଟାରକାଷ୍ଟର ସିନେମା । ଗୋଟିଏ ପଟେ ବିଗବି ଅମିତାଭ ବଚନଙ୍କ ‘ସରକାର ୩’ ଆସୁଥିବାବେଳେ ଏହାକୁ କଡା ଟକ୍କର ଦେବ ଆୟୁଷ୍ମାନ ଖୁରାନା-ପରୀଣିତିଙ୍କ ସିନେମା ‘ମେରି ପ୍ୟାରୀ ବିନ୍ଦୁ’ । ‘ସରକାର-୩’ ଜରିଆରେ ରାମ ଗୋପାଳ ବର୍ମା ବହୁଦିନ ପରେ ବଲିଉଡକୁ କମବ୍ୟାକ କରିଛନ୍ତି । ସେହିପରି ‘ସରକାର ୩’ ରେ ମୁଖ୍ୟ ଭୁମିକାରେ ଅମିତାଭ ବଚନ, ମନୋଜ ବାଜପେୟୀ, ଜ୍ୟାକି ଶ୍ରଫ ଓ ୟାମୀ ଗୈାତମ ପ୍ରମୁଖ ନଜର ଆସିବେ । ‘ସରକାର ୩’ ରେ ପ୍ରତିଶୋଧ, ଛଳନା ଓ ରାଜନୀତିର ଚିତ୍ର ଦର୍ଶକ ଦେଖିବାକୁ ପାଇବେ ।

ସେହିପରି ଆଜି ରିଲିଜ ହେବାକୁ ଯାଉଛି ସିନେମା ‘ମେରି ପ୍ୟାରୀ ବିନ୍ଦୁ’ । ଏଥିରେ ମୁଖ୍ୟ ଭୁମିକାରେ ଆୟୁଷ୍ମାନ ଖୁରାନା ଓ ପରିଣିତୀ ଚୋପ୍ରା ଅଭିନୟ କରିଛନ୍ତି । ଏହାକୁ ଅକ୍ଷୟ ରାଓ ନିର୍ଦେଶନା ଦେଇଥିବାବେଳେ ୟଶରାଜ ବ୍ୟାନରରେ ଏହି ସିନେମାର ନିର୍ମାଣ ହୋଇଛି । ‘ମେରୀ ପ୍ୟାରି ବିନ୍ଦୁ’ରେ ଏକ ସୁନ୍ଦର ପ୍ରେମ କାହାଣୀକୁ ଦର୍ଶକ ଦେଖିବାକୁ ପାଇବେ । ଆୟୁଷ୍ମାନ-ପରୀନିତିଙ୍କ ମଧ୍ୟରେ ସିଧାସଳଖ ପ୍ରେମ ନ ହୋଇ କିପରି ବନ୍ଧୁତା, ଅନୁଭବରୁ ପ୍ରେମ ହୋଇଛି ତାହା ଏହି ସିନେମାରେ ଦର୍ଶକ ଦେଖିବାକୁ ପାଇବେ ।