ଅନୁଷ୍କାଙ୍କ ଖୁଲାସା ! କହିଲେ ପ୍ରଭାସଙ୍କ ପୂର୍ବରୁ ତାଙ୍କ ହୃଦୟରେ ଥିଲେ ଆଉ ଜଣେ ଯୁବକ । ଜାଣନ୍ତୁ ଦେବସେନାଙ୍କ ମନର ମଣିଷ କିଏ ?

65

ପ୍ରଭାସଙ୍କ ପୂର୍ବରୁ ଅନୁଷ୍କାଙ୍କ ହଦୃୟରେ ଥିଲେ ଅନ୍ୟ ଜଣେ ଯୁବକ । ସେ ପୁଣି ଜଣେ ଭାରତୀୟ କ୍ରିକେଟର ଆଉ ଅନୁଷ୍କା ତାଙ୍କୁ ପାଗଳି ଭଳି ଭଲ ପାଉଥିଲେ । ତେବେ ଅନୁଷ୍କା ଯାହାକୁ ପସନ୍ଦ କରୁଥିଲେ ସେ ଅନ୍ୟ କେହି ନୁହେଁ ବରଂ ସେ ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ଜଣେ ଦମଦାର ଖେଳାଳି ତଥା ରାହୁଲ ଦ୍ରାବିଡ୍ । ଏକଥା ଆମେ ନୁହେଁ ବରଂ ଖୋଦ ଅନୁଷ୍କା ସେଟ୍ଟି ଖୁଲାସା କରିଛନ୍ତି । ଗୋଟିଏ ପଟେ ଅନୁଷ୍କାଙ୍କୁ ଯେଉଁଠି ବାହୁବଳୀ ତଥା ପ୍ରଭାସଙ୍କ ସହ ତାଙ୍କର ଥିବା ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେଇଠି ଏହି ସୁନ୍ଦରୀ ନାୟିକାଙ୍କର ଏଭଳି ମନ୍ତବ୍ୟ, ସତରେ ତାଙ୍କର ଫ୍ୟାନଙ୍କୁ ଚକିତ କରିଦେଇଛି ।

ସୂଚନା ମୁତାବକ, ସୁନ୍ଦରୀ ନାୟିକା ଅନୁଷ୍କା ନିକଟରେ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ଇଂଟରଭିୟୁ ଅବସରରେ ଏଭଳି ଖୁଲାସା କରିଛନ୍ତି ଏବଂ ଏହି ସମୟରେ ସେଠାରେ ତାଙ୍କର ଅନେକ ଫ୍ୟାନ ମଧ୍ୟ ଉପସ୍ଥିତ ଥିଲେ । ଆଉ ଠିକ୍ ଏତିକିବେଳେ ସେଠାରେ ବସିଥିବା ଜଣେ ଫ୍ୟାନ ଅନୁଷ୍କାଙ୍କୁ ପ୍ରଶ୍ନ କରିଥିଲେ କି ତାଙ୍କୁ କେଉଁ ଖେଳାଳି ଅଧିକ ପସନ୍ଦ ? ଅନୁଷ୍କା ଟିକିଏ ମୁରୁକି ହସି ରାହୁଲ ଦ୍ରାବିଡଙ୍କ ନାଁ ନେଇଥିଲେ । ସେ କହିଥିଲେ କି, ‘ରାହୁଲ ଦ୍ରାବିଡ ମୋତେ ବହୁତ ପସନ୍ଦ । ଆଉ ସେ ମୋ ଜୀବନର ପ୍ରଥମ କ୍ରସ ଥିଲେ । ଏମିତି ବି ସମୟ ଆସିଥିଲା କି ମୁଁ ତାଙ୍କ ପ୍ରେମରେ ପୁରାପୁରି ପଡିଯାଇଥିଲି ଆଉ ପାଗଳି ଭଳି ଭଲ ପାଇବସିଥିଲି’ ।

ସେ ଯାହାହେଉନା କାହିଁକି ଏକଥା ତ ସଂପୂର୍ଣ୍ଣ ପ୍ରମାଣିତ ହୋଇଯାଇଛି କି ପ୍ରଭାସଙ୍କ ପୂର୍ବରୁ ଅନୁଷ୍କା ରାହୁଲ ଦ୍ରାବିଡଙ୍କ ପ୍ରେମରେ ପଡିଯାଇଥିଲେ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ‘ବାହୁବଳୀ’ର ସଫଳତା ପରେ ଏବେ ପ୍ରଭାସ ଏବଂ ଅନୁଷ୍କାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ବର୍ତ୍ତମାନ ପ୍ରଭାସ ନିଜର ଆଗାମୀ ସିନେମା ‘ସାହୋ’ର ସୁଟିଂ କାମରେ ବ୍ୟସ୍ତ ଥିବାବେଳେ ଅନୁଷ୍କା ମଧ୍ୟ ତାଙ୍କର ଆଗାମୀ ସିନେମା ‘ଭାଗମତୀ’ରେ ବ୍ୟସ୍ତ ଅଛନ୍ତି । ଯାହାର ପ୍ରଥମ ପୋଷ୍ଟର ଗତ ୭ ନଭେମ୍ବର ତଥା ଅନୁଷ୍କାଙ୍କ ଜନ୍ମଦିନରେ ହିଁ ରିଲିଜ ହୋଇଛି । ତେବେ ଏହି ସିନେମାରେ ଅନୁଷ୍କା ପୂରାପୁରି ଭିନ୍ନ ଅବତାରରେ ନଜର ଆସିଛନ୍ତି ।

ସୌଜନ୍ୟ: ଜନସତ୍ତା