ଖିଲାଡି ଷ୍ଟାରଙ୍କ ସଫଳତା ପଛରେ ରହିଛି ଏହି ନାୟିକାଙ୍କ ହାତ । ଏବେ ବଲିଉଡ ଛାଡି ହଲିଉଡରେ ଦେଖାଉଛନ୍ତି ଜଲୱା

80

ମିସ୍ ଇଣ୍ଡିଆ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଥିବା ଅଭିନେତ୍ରୀ ପୂଜା ବତ୍ରା ଆଜି ନିଜର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି । ୟୁପି ସ୍ଥିତ ଫୈଜାବାଦରେ ୧୯୭୬ମସିହାରେ ଜନ୍ମିତ ପୂଜା ବତ୍ରା ବଲିଉଡରେ ସେଭଳି କିଛି ନାଁ କମାଇବା ବିଫଳ ହୋଇଥିଲେ ବି ଚଳଚିତ୍ର ଜଗତରେ ସଫଳ ଅଭିନେତା ଅକ୍ଷୟ କୁମାର ପରିଚୟ ବିସ୍ତାର ଲାଗି ପୂଜାଙ୍କର ରହିଛି ବଡ ଅବଦାନ । ଯେପରି କଥାରେ ଅଛି ଏକ ସଫଳ ପୁରୁଷ ପଛରେ ଜଣେ ନାରୀର ଅବଦାନ ଥାଏ, ସେହିପରି ପୂଜା ବତ୍ରାଙ୍କ କିଛି ଅବଦାନ ରହିଛି ଅକ୍ଷୟଙ୍କ ଜୀବନରେ ।

ସିନେମା ‘ବିରାସତ’ରେ ପ୍ରଥମ କରି ପାଦ ଦେଇଥିବା ଅଭିନେତ୍ରୀ ପୂଜା ବତ୍ରା ମଡେଲିଂ ସମୟରେ ଅଭିନେତା ଅକ୍ଷୟଙ୍କୁ ଡେଟ୍ କରୁଥିଲେ । ଖବର ଅନୁଯାୟୀ ଅକ୍ଷୟ, ପୂଜାଙ୍କ ପାଇଁ ପେଜ୍-୩ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ ଏବଂ ସେହିଠାରେ ହିଁ ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ସହ ତାଙ୍କର ଭେଟ ହୋଇଥିଲା ।ଏହାପରେ ଅକ୍ଷୟଙ୍କୁ ବଲିଉଡ ଜଗତରେ ସୁଯୋଗ ମିଳିଥିଲା । ଅକ୍ଷୟ କୁମାର ବଲିଉଡରେ ହିଟ୍ ହୋଇଗଲେ ସତ କିନ୍ତୁ ଉଭୟଙ୍କ ସମ୍ପର୍କରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ । ଦୀର୍ଘଦିନର ବ୍ୟବଧାନ ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ପୂଜା । ଯାହାର କାରଣ ରହିଛି ତାଙ୍କର ଫିଟନେସ ।

ପୂଜା ସିନେ ଜଗତରୁ ଦୂରେଇ ଯାଇଛନ୍ତି ସତ ମାତ୍ର ତାଙ୍କର ସୌନ୍ଦର୍ଯ୍ୟ ଏବଂ ଶରୀରକୁ ନେଇ ଆଜି ବି ସେମିତି ଫିଟ୍ ଅଛନ୍ତି । ଏକଥା ଆମେ କହୁନାହୁଁ ବରଂ ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିିଛି । ପୂଜା ଭିନ୍ନ ଭିନ୍ନ ସ୍ଥାନରେ ଯୋଗାଭ୍ୟାସ କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବା ଲାଗିଛି ।

ଏଠାରେ ଆମେ କହି ରଖୁଛୁ କି, ୨୦୦୨ରେ ପୂଜା ଅସ୍ଥିଶଲ୍ୟ ବିଭାଗୀୟ ସର୍ଜନ ଡକ୍ଟର ସୋନୁ ଆହଲୁୱାଲିଆଙ୍କୁ ବିବାହ କରିଥିଲେ । ମାତ୍ର ୨୦୧୧ରେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା । ଯାହାର ମୁଖ୍ୟ କାରଣ ଥିଲା ପୂଜା ବତ୍ରା ପିଲା ଚାହୁଁ ନଥିଲେ । ଏବେ ପୂଜା ଏକ ୟୁରୋପିୟନଙ୍କୁ ଡେଟ୍ କରୁଛନ୍ତି । ଯାହାର କିଛି ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସୌଜନ୍ୟ: ଆଜତକ୍