ଲଦାଖରେ ‘ଅଭୟ’ ଟିମ୍ : ଓଡ଼ିଆ ସିନେମା ରଜକୁ ହେଉଛି ସଜ

462

ରଜକୁ ବଡ ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଅଭୟ’ । ଏହି ସିନେମାର ସୁଟିଂ ୟୁନିଟ୍ ଏବେ ଡେରା ପକାଇଛନ୍ତି ଲଦାଖରେ । ‘ଅଭୟ’ ସିନେମାର ‘ରବା ରବା ଦେ ଦେ ମୁଝେ ମହଲତ’ ଓ ‘ଗଜଲ ଗଜଲ’ ଗୀତ ଦୁଇଟିର ସୁଟିଂ ଏବେ ଲଦାଖର ବିଭିନ୍ନ ସ୍ଥାନରେ ଚାଲୁ ରହିଛି । ଏମିତିରେ ‘ଅଭୟ ’ର ପ୍ରତିଟି ଗୀତର ଅଡ଼ିଓ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚାରେ । ସଂଗୀତପ୍ରେମୀମାନେ ଏହାର ଭିଡ଼ିଓକୁ ଅପେକ୍ଷା କରିଛନ୍ତି ।

ଏହି ସିନେମାରେ ସମସ୍ତ କୋରିଓଗ୍ରାଫି କରିଛନ୍ତି ଅମିତ୍ । ଲୋକେସନ ଅନୁଯାୟୀ ଅନୁଭବ ଓ ଏଲିନାଙ୍କ ସ୍ୱତନ୍ତ୍ର ବେଶ୍ ପୋଷାକ ପ୍ରସ୍ତୁତ କରିଛନ୍ତି ସେ ନିଜେ । ଏହି ସିନେମାର ଗୀତ ଗୁଡିକ ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶା କରାଯାଉଛି ।