ପୁଲୱାମାରେ ସୁରକ୍ଷାବଳଙ୍କ ଗୁଳିରେ ଗଡିଲା ୨ ଆତଙ୍କବାଦୀଙ୍କ ମୁଣ୍ଡ ! ହିଜବୁଲ୍ ମୁଜାହିଦ୍ଦୀନର ଡେପୁଟି ମୁଖ୍ୟ ସେଫୁଲ୍ଲାକୁ ଘେରିଲା ସେନା ।

221

ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଲଗାତାର ଗୁଳିବିନିମୟ ଚାଲୁ ରହିଛି । ଏଥିମଧ୍ୟରେ ଶୁକ୍ରବାର ପୁଲୱାମାରେ ସୁରକ୍ଷାବଳ ଏବଂ ହିଜବୁଲ୍ ମୁଜାହିଦ୍ଦୀନର ଡେପୁଟି ମୁଖ୍ୟ ସେଫୁଲ୍ଲାକୁ ଘେରି ଦିଆଗଲା । ଅନ୍ୟପକ୍ଷରେ ୨ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ମାରିଗଡାଇଲା ସେନା । ଶୁକ୍ରବାର ସକାଳ ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଏହି ଗୁଳିବିନିମୟ ପୁଲୱାମାରେ ବ୍ରୋବାନ୍ଦିନା ଅଞ୍ଚଳରେ ହୋଇଥିଲା ।

ସୁରକ୍ଷାବଳ ଅପରେସନ୍ କରି ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରିବା ସହ ଗୁଳି ଚାଳନା କରିଥିଲେ । । ଯେଉଁ ଘରେ ଆତଙ୍କବାଦୀ ଲୁଚିଥିଲେ ଉକ୍ତ ଘର ଉପରକୁ ଗୁଳି ଚାଳନା କରିବା ପରେ ଘର ନିଆଁ ଲାଗିଯାଇଥିଲା ଏବଂ ଆତଙ୍କବାଦୀ ବାହାରକୁ ଦୌଡିଥିଲେ । ଏହି ସମୟରେ ସୁରକ୍ଷାବଳଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଆତଙ୍କବାଦୀଙ୍କ ବିପକ୍ଷରେ ସୁରକ୍ଷାବଳ ଅପରେସନ୍ ଅଲଆଉଟ୍ ଚାଲୁ ରଖିଛି । ଚଳିତବର୍ଷ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ମାରିଛନ୍ତି ସେନା । ମଙ୍ଗଳବାର ସୋପୋରରେ ଜଣେ ଆତଙ୍କବାଦୀକୁ ସୁରକ୍ଷାବଳ ମାରି ଗଡାଇଥିଲେ ।