ଅସୁବିଧାରେ ପଡିଛନ୍ତି ଯଦି ଏଣିକି ଡାଏଲ କରନ୍ତୁ ହେଲ୍ପଲାଇନ୍ ନମ୍ବର ୧୧୨ ! ମାତ୍ର ଗୋଟିଏ ବଟନ୍ ଦବାଇଲେ ପହଂଚିବ ସହାୟତା

103

ଦେଶବ୍ୟାପୀ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୧୧୨ ସହ ମଙ୍ଗଳବାରକୁ ୧୬ଟି ରାଜ୍ୟ ଓ କେନ୍ଦ୍ର ପ୍ରଶାସିତ ରାଜ୍ୟ ଯୋଡି ହୋଇଛନ୍ତି । ଏହି ନମ୍ବରକୁ ଡାଏଲ କଲେ ଅସୁବିଧାରେ ପଡିଥିବା ବ୍ୟକ୍ତିଙ୍କୁ ତତକାଳୀନ ସହାୟତା ମିିଳିବ । ହେଲ୍ପଲାଇନ୍ ନମ୍ବର ୧୧୨ ପୁଲିସ(୧୦୦), ଅଗ୍ନିଶମ ବିଭାଗ(୧୦୧) ଓ ମହିଳା (୧୦୯୦) ହେଲ୍ପଲାଇନ୍ ନମ୍ବର ଗୁଡିକ ସହିତ ସଂଯୁକ୍ତ ନମ୍ବର । ସ୍ୱାସ୍ଥ୍ୟ ହେଲ୍ପଲାଇନ୍ (୧୦୮) କୁ ବି ଏହା ସହିତ ସମ୍ମିଳିତ କରାଯିବ । ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ସହାୟତା ତନ୍ତ୍ର ଅଧିନରେ ହେଲ୍ପଲାଇନ୍ ନମ୍ବର ୧୧୨କୁ ଆରମ୍ଭ କରି ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କି, କେନ୍ଦ୍ର ସରକାର ନାଗରିକ, ବିଶେଷ କରି ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ । ଯାହାଙ୍କ ପାଇଁ ଆଇନରେ ପରିବର୍ତ୍ତନ କରାଯାଇଛି, ଯଦ୍ୱାରା ସମୟବଦ୍ଧ ଉପାୟରେ ଦୋଷୀଙ୍କୁ ଦଣ୍ଡ ସୁନିଶ୍ଚିତ ହେଉ ।

ଆସନ୍ତା ବର୍ଷରୁ ସାରା ଦେଶରେ ହେଲ୍ପଲାଇନ୍ ନମ୍ବର ୧୧୨ ସକ୍ରିୟ ହୋଇଯିବ ଏବଂ କେବଳ ଗୋଟିଏ ବଟନ୍ ଦବାଇ କେହି ମଧ୍ୟ ସହାୟତା ଅପେକ୍ଷାରେ ଥିବା ବ୍ୟକ୍ତି ହେଲ୍ପଲାଇନ୍ ପର୍ଯ୍ୟନ୍ତ ପଂହଚିପାରିବେ । ଯେଉଁ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ର୍ୟାରେ ଏହି ପ୍ରଣାଳୀ ଆରମ୍ଭ କରାଯାଇଛି, ସେମଧ୍ୟରେ ଆନ୍ଧ୍ର ପ୍ରଦେଶ, ଉତ୍ତରାଖଣ୍ଡ, ପଂଜାବ, କେରଳ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଗୁଜରାଟ, ପୁଡୁଚେରୀ, ଲକ୍ଷ୍ୟଦ୍ୱୀପ, ଆଣ୍ଡାମାନ୍, ଦାଦର ନଗର ହବେଲୀ, ଡାମନ ଡିଉ, ଜାମ୍ମୁ-କାଶ୍ମୀର ଅଛି । ହିମାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ହେଲ୍ପଲାଇନ୍ ନମ୍ବର ୧୧୨ର ଆରମ୍ଭ ପୂର୍ବରୁ ହିଁ ହୋଇସାରିଲାଣି ।

ଜରୁରୀକାଳୀନ ସେବା ପର୍ଯ୍ୟନ୍ତ ପହଂଚିବ ପାଇଁ କୌଣସି ବି ବ୍ୟକ୍ତିଙ୍କୁ ଫୋନରେ ୧୧୨ ନମ୍ବର ଡାଏଲ କରିବାକୁ ପଡିବ । କିମ୍ବା ଜରୁରୀକାଳୀନ ପ୍ରତିକ୍ରିୟା କେନ୍ଦ୍ର ପର୍ଯ୍ୟନ୍ତ କଲ୍ ପାଇଁ ସ୍ମାର୍ଟଫୋନର ପାୱାର ବଟନକୁ ତୁରନ୍ତ ତିନି ଥର ଦବାଇବାକୁ ହେବ । ସାମାନ୍ୟ ଫୋନରେ ୫ କିମ୍ବା ୯କୁ ଲମ୍ବା ସମୟ ଧରି ଦବାଇଲେ ପାନିକ୍ କଲ୍ ସକ୍ରିୟ ହୋଇଯିବ । ଲୋକମାନେ ସଂପର୍କିତ ରାଜ୍ୟ ପାଇଁ ଇଆରଏସଏସ୍ ୱେବସାଇଟ୍ ରେ ଲଗ୍ ଇନ୍ କରି ରାଜ୍ୟ ଇଆରସିକୁ ଜରୁରୀକାଳୀନ ଇମେଲ କିମ୍ବା ଏସଓଏସ୍ ଆଲର୍ଟ ପଠାଇପାରିବେ । ଏଥିପାଇଁ ୧୧୨ ଇଣ୍ଡିଆ ମୋବାଇଲ ଆପକୁ ବି ବ୍ୟବହାର କରାଯାଇପାରିବ । ଏହା ଗୁଗଲ ପ୍ଲେ-ଷ୍ଟୋର ଓ ଆପଲ ଷ୍ଟୋରରେ ମାଗଣାରେ ଉପଲବ୍ଧ ଅଛି ।