ଆପଣ ଏଥର ଭୋଟ୍ ଦେଇପାରିବେ କି ନାହିଁ, ଘରେ ବସି ଗୋଟିଏ କଲରେ ଜାଣନ୍ତୁ। ଜାରି ହେଲା ଟୋଲ ଫ୍ରି ନମ୍ବର

360

ନିର୍ବାଚନ ଆୟୋଗ ୨୦୧୯ ରେ ଭୋଟ୍ ବଢ଼ାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଭୋଟରଙ୍କୁ ଭୋଟର ଲିଷ୍ଟରେ ନିଜର ନାମ ଜାଣିବା ପାଇଁ ସରକାରୀ କାର୍ଯ୍ୟାଳୟର ଚକ୍କର କାଟିବାରୁ ମୁକ୍ତି ଦେବା ପାଇଁ ନିର୍ବାଚନ ଆୟୋଗ ଏକ ଟୋଲ ଫ୍ରି ନମ୍ବର ୧୯୫୦ ଜାରି କରିବାକୁ ଯାଉଛି । ଏହି ନମ୍ବରରେ ଏକ ଏସଏମଏସ୍ କରି ଏହି ସୂଚନା ମିଳିଯିବ କି ଆପଣଙ୍କ ନାମ ଭୋଟର ଲିଷ୍ଟରେ ଅଛି ନା ନାହିଁ ।

ଏମିତି ଜାଣନ୍ତୁ : ୨୫ ଜାନୁୟାରୀରେ ନ୍ୟାସନାଲ ଭୋଟର୍ସ-ଡେ ଅବସରରେ ଏହି ଟୋଲ ଫ୍ରି ନମ୍ବର ୧୯୫୦ ଲଂଚ କରାଯାଇଛି । ଏହି ନମ୍ବରରେ EPIC ନମ୍ବର ଦେଲେ ନାମ, ଠିକଣା ଓ ବୁଥ୍ ଆଦି ସମସ୍ତ ତଥ୍ୟ ମିଳିଯିବ । ଏହି ନମ୍ବରରେ କଲ କଲେ କୌଣସି ବି ବ୍ୟକ୍ତି କୌଣସି ପ୍ରକାରର ସୂଚନା, ପ୍ରତିକ୍ରିୟା, ପରାମର୍ଶ ଏବଂ ଅଭିଯୋଗ ଦେଇପାରିବେ । ଏଥିରେ କଲ କରିବା ପୂର୍ବରୁ ନିଜ ଜିଲ୍ଲାର କୋଡ ଲଗାଇବାକୁ ପଡିବ ।

ପ୍ରାରମ୍ଭରେ ଏହି କଲ୍ ସେଣ୍ଟର ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ କରିବ । ସେଇଠି ଲୋକସଭା ନିର୍ବାଚନର ଅଧିସୂଚନା ଜାରି ହେବା ପରେ ଏହା ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ କାମ କରିବ । ସମସ୍ତ ଟେଲିକମ୍ କମ୍ପାନୀର ନମ୍ବରରେ ଟୋଲ ଫ୍ରି ନମ୍ବର ୧୯୫୦ ରେ କଲ ଲାଗିପାରୁ, ସେଥିପାଇଁ ସମସ୍ତ ଅପରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନମ୍ବରରେ ଆସିଥିବା ଅଭିଯୋଗକୁ ଏନଜିଏସ ପୋର୍ଟାଲରେ ରେକର୍ଡ କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।