୮ ବର୍ଷର ଝିଅ ସହ ୨ ବର୍ଷ ହେଲା ଦୁଷ୍କର୍ମ କରିଆସୁଥିଲେ ୧୬ ଜଣ ସଂପର୍କୀୟ , ଯନ୍ତ୍ରଣା ସହି ନପାରି ଆଖିବୁଜିଲା ପୀଡିତା ।

1,162

ଆଜିର ଆଧୁନିକ ସମାଜ ଏଭଳି ଅଧପତନ ଆଡ଼କୁ ଗତି କଲାଣି ଯେ ସଂପର୍କ କ’ଣ ଏହାର ପରିିଭାଷାକୁ ଭୁଲିଯାଉଛି । ଶରୀରର ଭୋକ ମେଣ୍ଟାଇବାକୁ ଯାଇ ମାନବତାକୁ ମାରିଦେଉଛି ମଣିଷ । କେଉଁଠି ନିର୍ଭୟା , ଦିଶା ଭଳି ଯୁବତୀ ରାତି ଅନ୍ଧାରରେ ଦୁଷ୍କର୍ମର ଶିକାର ହେଉଛନ୍ତି ତ ଆଉ କେଉଁଠି ଆସିଫା ଏବଂ କିରଣ୍ ଭଳି କୋମଳମତୀ ଶିଶୁ ନିଜ ଆତ୍ମୀୟଙ୍କ ଦ୍ୱାରା ହିଁ ବଳି ପଡୁଛନ୍ତି । ଦୁଃଖର ବିଷୟ ହେଉଛି ଆଉ ଜଶେ ଶିଶୁ ଏବେ ମଣିଷରୁପୀ ପଶୁଙ୍କ କାମଲାଳସାର ଶିକାର ହୋଇ ମୃତ୍ୟୁକୁ ଆଲିଙ୍ଗନ କରିଛି । ତୃତୀୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ଝିଅଟି ୧୬ ଜଣ ସଂପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଆଖି ବୁଜିଛି । ଗୁରୁବାର ଦିନ ଚେନ୍ନାଇର ବେଲପୁରମଠାରେ ସବୁଦିନ ପାଇଁ ଆଖି ବୁଜିଥିବା ଏହି ଝିଅଟିକୁ ୧୬ ଜଣ ଦୁଷ୍କର୍ମ କରିଛନ୍ତି ।

ପୁଲିସର କହିବା ଅନୁଯାୟୀ, ଝିଅଟି କିଛି ଦିନ ହେବ ପେଟଯନ୍ତ୍ରଣା ସହ ଜ୍ୱରରେ ପୀଡିତ ଥିଲା । ମୃତ୍ୟୁ ଘଟଣାରେ ଆଇପିସି ଧାରା ୧୭୪ ଆଧାରରେ ମାମଲା ରୁଜୁ କରାଯାଇଛି । ୩ୟ ଶ୍ରେଣୀରେ ପଢୁଥିବା ଝିଅ ନିଜର ମା, ବଡ ଭଉଣୀ, ସାବତ ବାପା ଓ ସାବତ ଭାଇ ସହ ରହୁଥିଲେ । ଗୁରୁବାର ରାତିରେ ସେ ଗାଧୁଆ ଘର ଯାଇ ଆଉ ଫେରିନଥିଲେ । ପରେ ମା’ ପଡୋଶୀଙ୍କୁ ସାହାଯ୍ୟରେ ସଙ୍ଗେ ସଙ୍ଗେ ଝିଅକୁ ହସ୍ପିଟାଲ ନେଇ ଯାଇଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୨୦୧୭ ରେ ତାଙ୍କ ପ୍ରଥମ ପିତା ଓ ମା’ ଅଲଗା ହେବାପରେ ମା’ ଚେନ୍ନାଇ ଚାଲିଆସିଥିଲେ ଏବଂ ଦୁଇ ଝିଅଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡି ଦେଇଥିଲେ ।

ବର୍ଷେ ପରେ ମା’ ଙ୍କୁ ଝିଅ ସହ ଅତ୍ୟାଚାର ହୋଇଥିବା କଥାର ଆଭାସ ହୋଇଥିଲା । ତୁରନ୍ତ ସେ ଝିଅଙ୍କୁ ନେଇ ପୁଡୁଚେରୀ ଚାଲି ଆସିବା ସହ ଏକ ଭଲ ସ୍କୁଲରେ ଝିଅର ନାମ ପଞ୍ଜୀକରଣ କରାଇଥିଲେ । ହେଲେ ସ୍କୁଲରେ ପଢୁଥିବା ସମୟରେ ଝିଅଟି ବାରମ୍ବାର ଅଚେତ ହୋଇଯାଉଥିଲା ଏବଂ ଘଟଣାର କଳାସତ ସାମ୍ନାକୁ ଆସିଥିଲା । ୨ ବର୍ଷ ହେବ ଝିଅଟିକୁ ସଂପର୍କୀୟ ଶାରୀରିକ ଶୋଷଣ ଦେଇଆସୁଥିଲେ । “ଚାଇଲ୍ଡ ହେଲ୍ପ ଲାଇନ” ନିର୍ଦ୍ଦେଶ କ୍ରମେ ମା’ ୧୬ ଜଣଙ୍କ ନାଁରେ ଏତଲା ଦେଇଛନ୍ତି । ପୁଲିସ ୧୬ ଜଣ ଦୋଷୀକୁ ଗିରଫ କରିସାରିଛି ।