ହାରି ବି ହୃଦୟ ଜିତିଲେ ଦୂତି

24

ରିଓ ଅଲିମ୍ପିକ୍ସରେ ଫେଲ୍ ମାରିଲେ ଦୂତି ଚାନ୍ଦ । ଶହେ ମିଟର ଦୌଡରେ ଭାରତର ଏହି ସ୍ପ୍ରିଣ୍ଟରଙ୍କୁ ମିଳିଲା ସପ୍ତମ ସ୍ଥାନ । ତେବେ ହାରି ବି ଦେଶ ପାଇଁ ଗୌରବ ଆଣିଛନ୍ତି ଏହି ଓଡିଆ ଝିଅ । ୩୬ ବର୍ଷ ପରେ ଅଲିମ୍ପିକ୍ସ ଶହେ ମିଟର ଟ୍ରାକରେ ପାଦ ପଡିଛି ଭାରତର । ସେପଟେ ପ୍ରତିଶ୍ରୁତି ମୁତାବକ ଦୂତିଙ୍କୁ କାର ଦେବାକୁ ଘୋଷଣା କରିଛନ୍ତି ମହିନ୍ଦ୍ରା ମାଲିକ । ଦୂତିଙ୍କ ପାଇଁ ଏବେ ଟାର୍ଗେଟ୍ ଟୋକିଓ ଅଲିମ୍ପିକ୍ସ ।