ପ୍ଲାଷ୍ଟିକ ଗ୍ଲାସରେ ଚାହା ପିଉଛନ୍ତି କି? ତେବେ ସାବଧାନ ! ହୋଇପାରେ ସାଙ୍ଘାତିକ ରୋଗ ।

28

ଭାରତରେ ପ୍ରାୟ ଲୋକ ଚାହା ପିଇବା ପାଇଁ ପସନ୍ଦ କରନ୍ତି । ସେ ଘରେ ହେଉ ଅବା ବହାରେ ସକାଳୁ ଟିକେ ଚାହା ନପିଇଲେ ଲୋକମାନଙ୍କୁ ଭଲ ଲାଗିନଥାଏ । ଘରେ ଚାହା ପିଉଥିବା ଲୋକେ ସାଧାରଣତଃ କପ୍ କିମ୍ବା ଗ୍ଲାସରେ ପିଇଥାନ୍ତି । କିନ୍ତୁ ଯେତେବେଳେ ବାହାରେ ଚାହା ପିଇବାକୁ ପଡିଥାଏ ସେତେବେଳେ ଲୋକେ ପ୍ଲାଷ୍ଟିକ ଗ୍ଲାସ ବ୍ୟବହାର କରିଥାନ୍ତି । ସାଧାରଣତଃ ବସ, ଟ୍ରେନ, ଢାବା ଏବଂ ରାସ୍ତା କଡରେ ଥିବା ଦୋକାନ ମାନଙ୍କରେ ଚାହା ପିଇଲା ବେଳେ ଲୋକମାନେ ପ୍ଲାଷ୍ଟିକ ଗ୍ଲାସ ବ୍ୟବହାର କରିଥାନ୍ତି । କିନ୍ତୁ ବୋଧହୁଏ ଲୋକମାନଙ୍କୁ ଏହା ଜଣା ନାହିଁ ପ୍ଲାଷ୍ଟିକ ଗ୍ଲାସରେ ଚାହା ପିଇବା ଶରୀର ପ୍ରତି କେତେ ହାନିକାରକ ।

ପ୍ରକୃତରେ, ଡିଷ୍ପୋଜେବୁଲ କିମ୍ବା ଥର୍ମୋକୋଲ ଗ୍ଲାସରେ ପୋଲଷ୍ଟ୍ରିମ ନାମକ ଏକ ତତ୍ୱ ଥାଏ । ତେଣୁ ପ୍ଲାଷ୍ଟିକ ଗ୍ଲାସରେ ଚାହା ପିଇବା ଦ୍ୱାରା ଏହି ତତ୍ୱ ପେଟକୁ ଯାଇଥାଏ । ଯାହା ଶରୀର ପ୍ରତି ଖୁବ ହାନିକାରକ ହୋଇଥାଏ । ପ୍ଲାଷ୍ଟିକ ଗ୍ଲାସରେ ଚାହା ପିଇବା ଦ୍ୱାରା ପୋଲଷ୍ଟ୍ରିମ ତତ୍ୱ ଚାହା ସହ ମିସି ପେଟକୁ ଯାଇଥାଏ । ଏହି ତତ୍ୱ ପ୍ରତିଦିନ ପେଟକୁ ଯିବା ଦ୍ୱାରା କ୍ୟାନସର ଏବଂ ଅନେକ ଚର୍ମ ରୋଗ ହେବାର ଆଶଙ୍କା ଥାଏ । ପ୍ଲାଷ୍ଟିକ ଗ୍ଲାସରେ କେବଳ ଚାହା ନୁହେଁ ଅନ୍ୟାନ୍ୟ ଗରମ ପଦାର୍ଥ ପିଇବା ମଧ୍ୟ ଶରୀର ପ୍ରତି ହାନିକାରକ ହୋଇଥାଏ । କେବଳ ସେତିକି ନୁହେଁ ପ୍ଲାଷ୍ଟିକ ଗ୍ଲାସରେ ଚାହା ପିଇବା ଦ୍ୱାରା ଗଳାରେ କୁଣ୍ଡେଇ ହେବା ଏବଂ ଛାତି ଯନ୍ତ୍ରଣା ଭଳି ଅନେକ ରୋଗ ଦେଖା ଦେଇଥାଏ । ଯଦି ଆପଣ ଚାହା ପିଇବା ପାଇଁ ପ୍ଲାଷ୍ଟିକ ଗ୍ଲାସର ବ୍ୟବହାର କରୁଛନ୍ତି ତେବେ ଏହି ଅଭ୍ୟାସକୁ ତୁରନ୍ତ ତ୍ୟାଗ କରି ସୁସ୍ତ ଜୀବନଯାପନ କରନ୍ତୁ ।