ସକାଳୁ ଉଠିିବାର ୬୦ ସେକେଣ୍ଡ ମଧ୍ୟରେ ପିଅନ୍ତୁ ପାଣି ! ଜାଣନ୍ତୁ କ’ଣ ରହିଛି ସୁଫଳ

174

ସକାଳେ ଯେତେବେଳେ ଆପଣ ଉଠୁଛନ୍ତି ତୁରନ୍ତ ଏକ ଗ୍ଲାସ ପାଣି ପିଅନ୍ତୁ କାରଣ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ବହୁତ ଲାଭ ମିଳେ । ଅଧିକ ପାଣି ପିଇ ସ୍ୱାସ୍ଥ୍ୟ ସମ୍ମନ୍ଧୀୟ ଅନେକ ସମସ୍ୟାରୁ ଆପଣ ରକ୍ଷା ପାଇ ପାରିବେ । ସକାଳୁ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ । ଯେତେେବେଳ ଆମେ ସକାଳେ ଉଠନ୍ତି ଆମ ଶରୀର ଭିତର ପୁରା ଶୁଖିଲା ଥାଏ ।

ଖାଲି ପେଟରେ ପାଣି ପିଇଲେ ଶରୀର ସଫା ରହେ ଏହାସହ ପାଣି ପିଇବା ଦ୍ୱାରା ଶରୀର ରିଚାର୍ଜ ହୁଏ । ଉଠିବା ପରେ ପାଣି ପିଇଲେ ଶରୀରର ଅନ୍ୟ ସବୁ ପ୍ରକ୍ରିୟା ଠିକରେ ଚାଲିବା ଆରମ୍ଭ ହୁଏ । ତେବେ ଆସନ୍ତୁ ଜାଣିବା ପ୍ରାତଃକାଳରେ ପାଣି ପିଇଲେ କ’ଣ ଲାଭ ମିଳେ ।

୧.ପାଚନ ପ୍ରକିୟା ଆରମ୍ଭ ହୋଇଥାଏ – ସକାଳେ ଉଠି ଏକ ବଡ ଗ୍ଲାସ ପାଣି ପିଇବା ପରେ ଆପଣଙ୍କ ପାଚନ ପ୍ରକିୟା ୧.୫ ଘଣ୍ଟା ପର୍ଯ୍ୟନ୍ତ ୨୪% ବଢିଯାଏ । 

୨.ବିଷାକ୍ତ ପଦାର୍ଥ ବାହର କରେ – ବୃକକରେ ଏକାଠି ହୋଇଥବା ବିଷାକ୍ତ ପଦାର୍ଥ ବାହରକୁ ବାହରିବାରେ ସାହଯ୍ୟ କରେ ଏବଂ ରକ୍ତରୁ ସବୁ ଅଶୁଦ୍ଧତାକୁ ଦୂର କରେ । ଏହି ପ୍ରକିୟା ପାଇଁ ଅଧିକ ପରିମାଣରେ ତରଳ ପଦାର୍ଥ ଦକରକାର କରେ ।

୩. କମ ଖାଆନ୍ତୁ – ଶୋଷକୁ ଆମେ ବେଳେ ବେଳେ ଭୁଲରେ ଭୋକ ଭାବି ନିଅନ୍ତିି । ଏପରିସ୍ଥଳରେ ଆପଣ ଏକ ଗ୍ଲାସ ପାଣି ପିଇଲେ ଯଥେଷ୍ଟ ।

୪. ଶରୀରର ପ୍ରତରୋଧକ ଶକ୍ତି ବଢାଏ – ପ୍ରାତଃ କାଳରୁ ପାଣି ପିଇଲେ ଆପଣଙ୍କ ଶରୀରର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

୪. ତ୍ୱଚାକୁ ସୁନ୍ଦର ରଖିବାରେ ସହାୟକ ହୁଏ – ଆପଣ ଯଦି ଠିକ ପରିମାଣରେ ପାଣି ପିଉଛନ୍ତିି ତେବେ ଆପଣଙ୍କ ତ୍ୱଚାର ନମନୀୟ, କୋମଳ ଓ ସଫା ରହିଥାଏ ।