ସେନା ପାଇଁ ଡ଼ିଆରଡ଼ିଓ ପ୍ରସ୍ତୁତ କଲା ଚିକେନ ବିସ୍କୁଟ ଓ ତୁଳସୀ ବାର !

37

ଉଚ୍ଚ ଏବଂ ବରଫାବୃତ୍ତ ଅଞ୍ଚଳରେ ନିଯୁକ୍ତ ଥିବା ସୈନ୍ୟମାନଙ୍କ ପାଇଁ ଦି ଡ଼ିଫେନ୍ସ ରିସର୍ଚ୍ଚ ଡ଼େଭଲପମେଣ୍ଟ ଅର୍ଗାନାଇଜେସନ(ଡ଼ିଆରଡ଼ିଓ) ବିଭିନ୍ନ ପ୍ରକାରର ପୋଷକ ବା ପ୍ରୋଟିନରେ ଭରପୁର ସମାଗ୍ରୀ ପ୍ରସ୍ତୁତ କରିଛି । ଏଥିରେ ଚିକେନ ବିସ୍କୁଟ, ଥକ୍କାପଣରୁ ମୁକ୍ତି ଦେଉଥିବା ତୁଳସୀ ବାର ଏବଂ ପ୍ରୋଟିନ ଯୁକ୍ତ ମଟନ ବାର ଆଦି ନିର୍ମାଣ କରିଛି ।

ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଡ଼ିଆରଡ଼ିଓ ବିଭିନ୍ନ ପ୍ରକାର ପୌଷ୍ଟିକ ଏବଂ ପ୍ରୋଟିନଯୁକ୍ତ ସମୃଦ୍ଧ ଖାଦ୍ୟ ପଦାର୍ଥ ବିକଶିତ କରିଛି । ଯେଉଁଥିରେ ଅଣ୍ଡା ପ୍ରୋଟିନ ବିସ୍କୁଟ, ଆଇରନ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ବାର, ପ୍ରୋଟିନ ଯୁକ୍ତ ଚକୋଲେଟ ଏବଂ ଚିକେନ କାଠି ରୋଲ ଓ ଏଗ୍ ପ୍ରୋଟିନ ବିସ୍କୁଟ ଆଦି ସାମିଲ ଅଛି । ରକ୍ଷାମନ୍ତ୍ରୀ ଅରୁଣ ଜେଟଲୀ ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି । ସେନାର ଆବଶ୍ୟକତାକୁ ନଜରରେ ରଖି ଭାରତୀୟ ସେନା ପାଇଁ ଅଧିକ ପୁଷ୍ଟିକର ଖାଦ୍ୟ ପଦାର୍ଥ ନିର୍ମାଣ ଦିଗରେ କାମ ଚାଲୁଥିବା ସେ ମଧ୍ୟ କହିଛନ୍ତି ।