ଭୁଲରେ ବି ଭୁଲନ୍ତୁନି ସକାଳ ଜଳଖିଆ : ହୋଇପାରେ ଏହି ସମସ୍ୟା

91

ବର୍ତ୍ତମାନର ଜଞ୍ଜାଳପୂର୍ଣ୍ଣ ଜୀବନରେ ଅନେକ ଲୋକ ସକାଳର ଜଳଖିଆ ଖାଇବାକୁ ଭୁଲି ଯାଉଥିବା ବେଳେ ଆଉ କିଛି ବିନା କାରଣରେ ବି ଏହି ଭୁଲ କରିଥାନ୍ତି । କିନ୍ତୁ ଏହି ଅଭ୍ୟାସ ଭବିଷ୍ୟତରେ ଯେଉଁ ଗମ୍ଭୀର ରୋଗ ପ୍ରକଟ କରିବ ସେ ବିଷୟରେ ସେମାନେ ଅଜ୍ଞ ଥାଆନ୍ତି । ବିଶ୍ୱର ସମସ୍ତ ପୋଷଣ ବିଶେଷଜ୍ଞଙ୍କ ଅନୁସାରେ, ସକାଳର ଜଳଖିଆ ଦିନର ସବୁଠୁ ମହତ୍ୱପୂର୍ଣ୍ଣ ଆହାର ।

ସକାଳୁ ପୋଷଣରେ ଭରପୁର ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରରେ ଶର୍କରା ସ୍ତର ସାମାନ୍ୟ ରହିଥାଏ ଏବଂ ଅବସାଦ ହ୍ରାସ ପାଇଥାଏ । ତେଣୁ ଯେଉଁମାନେ ସକାଳର ଜଳଖିଆ କରନ୍ତି ନାହିଁ ଅବା ଭୁଲିଯାଆନ୍ତି, ସେମାନଙ୍କ ଠାରେ ମଧୁମେହ, ମେଦ ବୃଦ୍ଧି, ହୃଦରୋଗ ଏବଂ ସଜ୍ଞାନ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢ଼ିଯାଏ ।

ନ୍ୟୁଟ୍ରିସନ ବିଶେଷଜ୍ଞଙ୍କ ମତରେ, ସକାଳର ଜଳଖିଆରେ ଯେତେ ପ୍ରୋଟିନ ସାମିଲ ହେବ, ତାହା ଶରୀର ପାଇଁ ସେତିକି ଭଲ । ଏଥିପାଇଁ ଖାଦ୍ୟ ତାଲିକାରେ ରୁଟି, କ୍ଷୀର, ବାଦାମ, ଚୂଡା ସନ୍ତୁଳା, ଇଡଲୀ, ଡାଲିଆ , ଉପମା କିମ୍ବା ଅଣ୍ଡାକୁ ସାମିଲ କରିବା ନିତାନ୍ତ ଜରୁରୀ । ଏ ସମସ୍ତ ଖାଦ୍ୟରେ ଥିବା ପୋଷକତତ୍ୱ ଏବଂ ଭିଟାମିନ ଶରୀରକୁ ଦିନସାରା ଶକ୍ତି ପ୍ରଦାନ କରିଥାନ୍ତି ।