ଜାରି ରହିବ ବନ୍ଧୁତ୍ୱ ! ଫୋନରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା

46

କନକ ବ୍ୟୁରୋ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ କଥାବାର୍ତ୍ତା କରିଛନ୍ତି । ଗତକାଲି ରାତିରେ ଉଭୟ ନେତା ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା କରିଛନ୍ତି । ଏହି କଥାବାର୍ତ୍ତା ବେଶ ଉତ୍ସାହ ଜନକ ଥିଲା ବୋଲି ସୂଚନା ମିଳିଛି । ଟ୍ରମ୍ପ ଭାରତ ସହ ସଂପର୍କକୁ ପୂର୍ବଠାରୁ ଅଧିକ ଗୁରୁତ୍ୱ ଦେବେ ବୋଲି କହିଥିବା କୁହାଯାଉଛି ।

ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ସୁଦୃଢ କରିବାକୁ ଦୁଇ ନେତା ଗୁରୁତ୍ୱ ଦେଇଥିବା ସୂଚନା ମିଳିଛି । ପୂର୍ବରୁ ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ଫୋନରେ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିଲେ । ପୂର୍ବରୁ ଓବାମା ପ୍ରଶାସନ ଭାରତୀୟ ସାମରିକ କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ତେଣୁ ଟ୍ରମ୍ପ ପ୍ରଶାସନ ମଧ୍ୟ ଏହା ଜାରି ରଖିବ ବୋଲି କୂଟନୀତିଜ୍ଞ ମତ ଦେଉଛନ୍ତି ।