କୁକୁର ଠାରୁ ହାର ମାନିଲେ ତିନି ତିନୋଟି ସିଂହ ! ସିଂହ କବଳରେ ପଡିଥିବା ମାଲିକର ଜୀବନ ବଞ୍ଚାଇ କୁକୁର ପାଲଟିଲା ହିରୋ ।

56

କୁକୁର ସର୍ବଦା ମଣିଷର ବିଶ୍ୱାସ ଯୋଗ୍ୟ ପ୍ରାଣୀ ହୋଇ ରହିଛି । ଅନ୍ୟ ପଶୁ ମାନଙ୍କ ଅପେକ୍ଷା ମନୁଷ୍ୟ କୁକୁରକୁ ଅଧିକ ଗୁରୁତ୍ୱ ଦେଇଥାଏ । କାରଣ କୁକୁର ମାଲିକର କଥା ମାନିବା ସହ ବିପଦରୁ ରକ୍ଷା ମଧ୍ୟ କରିଥାଏ । ଏହିଭଳି ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଛି ବିପଦରେ ପଡିଥିବା ମାଲିକକୁ ପୋଷା କୁକୁର ବଞ୍ଚାଇଛି । ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଅମରେଲି ଅଞ୍ଚଳରେ । ମାଲିକ ଉପରେ ତିନୋଟି ସିଂହ ଆକ୍ରମଣ କରିବା ଦେଖି କୁକୁର ତା ନିଜ ବୁଦ୍ଧି ବଳରେ ମାଲିକର ଜୀବନ ରକ୍ଷା କରିଛି ।

ସୂଚନା ମୁତାବକ, ଅମରେଲିର ଅମବାର୍ଡା ଗାଁର ଜଣେ ପଶୁ ପାଳକ ମେଣ୍ଢା ଚରାଇବା ପାଇଁ ଜଙ୍ଗଲକୁ ଯାଇଥିଲା । ମେଣ୍ଢାକୁ ଚରାଉଥିବା ସମୟରେ ଘଞ୍ଚ ଜଙ୍ଗଲ ମଧ୍ୟରୁ ତିନୋଟି ସିଂହ ଆସି ମେଣ୍ଢାକୁ ଆକ୍ରମଣ କରିଥିଲେ । ମେଣ୍ଢାକୁ ବଞ୍ଚାଇବାକୁ ଯାଇ ପଶୁ ପାଳକ ସିଂହର ଶିକାର ହୋଇଥିଲା । ମାଲିକକୁ ସିଂହ ଆକ୍ରମଣ କରିଥିବା ଦେଖି ପଶୁ ପାଳକର ପୋଷା କୁକୁର ସିଂହ ସହ ଲଢିବାକୁ ଚେଷ୍ଟା କରିଥିଲା । କିନ୍ତୁ ତିନୋଟି ସିଂହ କୁକୁର ଠାରୁ ଅନେକ ଶକ୍ତିଶାଳୀ ହୋଇଥିବାରୁ କୁକୁର ସିଂହ ସହ ଲଢିବାରେ ସଫଳ ହୋଇ ପାରିନଥିଲା । କିନ୍ତୁ କୁକୁର ହାର ନମାନି ମାଲିକକୁ ବଞ୍ଚାଇବା ପାଇଁ ଆକ୍ରମଣ ହୋଇଥିବା ସ୍ଥାନରେ ଛିଡା ହୋଇ ଜୋର ଜୋରରେ ଭୋକିବାକୁ ଲାଗିଲା । ଯାହା ଫଳରେ ଆଖପାଖରେ ଥିବା ଲୋକମାନେ କୁକୁରର ଭୋକିବା ଶବ୍ଦ ଶୁଣି ସେଠାକୁ ଧାଇଁ ଆସିଥିଲେ । ପରେ ତିନି ସିଂହ ସେଠାରେ ଲୋକଙ୍କ ଉପସ୍ତିତି ଦେଖି ସେ ସ୍ଥାନ ଛାଡି ପଳାଇଥିଲେ ।

ତିନି ଭୋକିଲା ସିଂହଙ୍କ କବଳରୁ ବଞ୍ଚି ଫେରି ଆସିବା ଏକ ଚମକ୍ରାର ଠାରୁ କମ ନୁହେଁ । ଆଉ ଏହି ଚମକ୍ରାର କେବଳ କୁକୁର ଦ୍ୱାରା ସମ୍ଭବ ହୋଇପାରିଛି । କୁକୁରର ବୁଦ୍ଧିମତା ଯୋଗୁ ଆଜି ତା ମାଲିକ ମୃତ୍ୟୁ ମୁଖରୁ ଫେରି ଆସିଛି । କୁକୁର ମାନଙ୍କ ଏହି ଭଳି ସ୍ୱଭାବ କାରଣରୁ ଆଜି ମନୁଷ୍ୟଙ୍କ ପାକରେ ସେ ବିଶ୍ୱାସ ଯୋଗ୍ୟ ପ୍ରାଣି ହୋଇପାରିଛନ୍ତି ।