କୁକୁଡ଼ାଙ୍କ ଲଢେଇରେ ଏଣ୍ଟ୍ରି ମାରିଲା କୁକୁର ! ଘଟିଲା କିଛି ହୃଦୟସ୍ପର୍ଶୀ ଘଟଣା, ଭାଇରାଲ ହେଲା ଭିଡିଓ ।

40

ସମାଜରେ ପ୍ରତିଦିନ ହିଂସା ଓ ଲଢେଇର ପାର୍ଦୁଭାବ ବଢିବାରେ ଲାଗିଛି । ତେବେ ଏହାରି ଭିତରେ କେବଳ ମଣିଷ ନୁହେଁ ପଶୁମାନଙ୍କ ଭିତରେ ମଧ୍ୟ ଲଢେଇ ହେଉଥିବାର ଅନେକ ନଜିର ରହିଛି । ତେବେ କୁହାଯାଇଥାଏ, ଦୁଇଜଣଙ୍କ କଳିରେ ତୃତୀୟ ଜଣ ପ୍ରବେଶ କରିବା ଅନୁଚିତ୍ । ଏହି କଥା ହୁଏତ ମଣିଷମାନଙ୍କ ଉପରେ ଲାଗୁ ହୋଇପାରେ କିନ୍ତୁ ପଶୁମାନଙ୍କ କ୍ଷେତ୍ରରେ ନୁହେଁ । କୋଏମ୍ବାଟୁରରେ ଏମିତି ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଘଟଣାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ପ୍ରତି ସମାଜରେ ଯେଉଁଠି ମଣିଷ କେବଳ ନିଜ ସ୍ୱାର୍ଥ ପାଇଁ କାମ କରିଥାଏ, ସେହି କ୍ଷେତ୍ରରେ କୋଏମ୍ବାଟୁର ଠାରେ ଦୁଇ ଜଣ କୁକୁଡାଙ୍କ ଲଢେଇ ମଧ୍ୟକୁ ପଶି ଆସିଛି କୁକୁର । ଏହା ପରେ କୁକୁରଟି ଯାହା କରିଥିଲା, ତାହା ଏବେ ସୋସିଆଲ ମିଡିଆରେ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି କୋଏମ୍ବାଟୁର ଅଞ୍ଚଳ ନିବାସୀ ମୁରଲିଧରନଙ୍କ ଘରର ଅଟେ । ତାଙ୍କ ପାଖରେ କୁକୁଡା, କୁକୁରଙ୍କ ବ୍ୟତୀତ ଠେକୁଆଏବଂ ବିଲେଇ ମଧ୍ୟ ଅଛନ୍ତି । ଏହି ଭିଡିଓଟିକୁ ମଧ୍ୟ ସେ ହିଁ ରେକର୍ଡ କରିଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ, ଦୁଇଟି କୁକଡା ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି । ଏହାରି ମଧ୍ୟରେ ଏକ କଳା ରଙ୍ଗର କୁକୁର ସେଠାରେ ଆସି ମସ୍ତି କରିବାରେ ଲାଗୁଛି । ପ୍ରଥମେ କୁକୁରଟି ସେହି ଲଢେଇର ମଜା ନେବା ଭଳି ଜଣାପଡୁଛି । ଏହା ପରେ ସେ ଲଢେଇର ଗମ୍ଭୀରତାକୁ ବୁଢିବା ସହ ଦୁଇ ଜଣଙ୍କ ଲଢେଇର ଅନ୍ତ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଅନେକ ସମୟ ଧରି ଅନେକ ଚେଷ୍ଟା କରିବା ଫଳରେ ମଧ୍ୟ ସେ ତାଙ୍କ ଲଢେଇ ବନ୍ଦ କରିପାରୁନାହିଁ । କିନ୍ତୁ କୁକୁରଟିର ଏହି ଚେଷ୍ଟା ଲୋକମାନଙ୍କ ହୃଦୟକୁ ଛୁଇଁଛି ।