ଜୁଲାଇ ୪ରେ ବିଶ୍ୱ ଦେଖିବ ବିଶ୍ୱ ଦେବତାଙ୍କୁ

36

Rajeev-Khandelwal

ଏବେ ବିଶ୍ୱ ଦେଖି ପାରିବ ବିଶ୍ୱ ଦେବତା, ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ । କାରଣ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ନେଇ ତିଆରି ହୋଇଛି ଡକ୍ୟୁମେଂଟାରୀ ଫିଲ୍ମ – ‘ଦ ଲିଜେଣ୍ଡ ଅଫ ଜଗନ୍ନାଥ’ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଫିଲ୍ମଟି ଆସନ୍ତା ଜୁଲାଇ ୪ରେ ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ନ୍ୟାଶନାଲ ଜିଓଗ୍ରାଫିକରେ ପ୍ରସାରିତ ହେବ । ଆଉ ଯାହାକୁ ନେଇ ଏବେ ଓଡିଶାବାସୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ରଥଯାତ୍ରାର ନିଛକ ଚିତ୍ର ସହ ଭକ୍ତର ଭକ୍ତି, ଭାବନା ଓ ଶ୍ରଦ୍ଧାକୁ ଏହି ଡକ୍ୟୁମେଂଟାରୀରେ ଦେଖିବାକୁ ମିଳିବ । ଏହା ସହ ଏହି ଫିଲ୍ମରେ ଓଡିଶାର ଏହି ଆରାଧ୍ୟ ଦେବତାଙ୍କ ପାଇଁ ଅନୁଷ୍ଠିତ ହେଉଥିବା ବିଭିନ୍ନ ରୀତିନୀତି, ପୂଜା ପ୍ରଣାଳୀ, ୬୦ ପାଉଟି ଭୋଗ ଓ ରଥ ନିର୍ମାଣାର ପରମ୍ପରା ସହ ଶ୍ରୀଜିଉଙ୍କ ସହ ଜଡିତ ବିଭିନ୍ନ କିମ୍ବଦନ୍ତୀ ସଂପର୍କରେ ବର୍ଣ୍ଣନା କରାଯିବ ।  ଏହି ଶୋ’ର ଉପସ୍ଥାପନା କରିବେ ଅଭିନେତା ରାଜୀବ ଖଣ୍ଡେଲୱାଲ୍ ।

ପୂର୍ବରୁ ‘ଗଡସ୍ ଓନ୍ ପିପୁଲ’ ବହୁ ଲୋକପ୍ରିୟତା ହାସଲ କରିବା ସହ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି । ଆଉ ଏବେ ‘ଦ ଲିଜେଣ୍ଡ ଅଫ ଜଗନ୍ନାଥ’ ଜଗନ୍ନାଥ ସଂସ୍କୃତିକୁ ଆହୁରି ପାଦେ ଆଗେଇ ନେବ ।