୧୧ ବର୍ଷର ଝିଅ ଆଖିରୁ ବାହାରୁଛି ପିମ୍ପୁଡି : ଡାକ୍ତର ବି ଏପରି ରୋଗ ଦେଖି ହୋଇଗଲେ ହତବାକ

63

କର୍ଣ୍ଣାଟକର ଦକ୍ଷିଣ ପ୍ରାନ୍ତରେ ରହୁଥିବା ଜଣେ ୧୧ ବର୍ଷର ଝିଅ ଅଶ୍ୱନୀ ଏକ ବିଚିତ୍ର ଧରଣର ରୋଗର ଶିକାର ହୋଇଛନ୍ତି । ତାଙ୍କ ଆଖିରୁ ମରିଥିବା ପିମ୍ପୁଡି ବାହାରୁଛି । ଯେଉଁଥି ପାଇଁ ତାଙ୍କ ଆଖି ଜଳୁଛି ଓ ଲାଗାତର ପାଣି ବାହାରୁଛି । ଅଶ୍ୱନୀ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ, କିନ୍ତୁ ଏହାର ନିବାରଣ ପାଇଁ କିଛି ସୁଫଳ ମିଳି ପାରି ନାହିଁ । ଅଶ୍ୱନୀ ବର୍ତ୍ତମାନ ଏହି ଅସୁବିଧାରେ ଗତି କରୁଛନ୍ତି ।

କେବେଠାରୁ ଆରମ୍ଭ ହୋଇଛି ଏହି ସମସ୍ୟା ?

ପଂଚମ ଶ୍ରେଣୀରେ ପଢୁଥିବା ଅଶ୍ୱନୀର ଏହି ଅସୁବିଧା ଗତମାସ ୨୮ ତାରିଖରୁ ଆରମ୍ଭ ହୋଇଛି । ସେ ରାତିରେ ଶୋଇଥିଲେ ଏବଂ ସକାଳେ ଉଠି ଦେଖିବାକୁ ପାଇଲେ କି, ତାଙ୍କ ଆଖି ଆଖପାଖରେ ତିନୋଟି ପିମ୍ପୁଡି ଘୁରି ବୁଲୁଛନ୍ତି । କିନ୍ତୁ ସେ ଏହାକୁ ଅଣଦେଖା କରିଦେଇଥିଲେ । ତେବେ କିଛି ଘଂଟା ପରେ ପୁଣି ପିମ୍ପୁଡି ବାହାରିଲେ, ଏବଂ ଆଖି ଜଳିିବାରେ ଲାଗିଲା । ତେବେ ମିଡିଆ ରିପୋର୍ଟ ମୁତାବକ, ଏ ପର୍ଯ୍ୟନ୍ତ ଅଶ୍ୱନୀର ଆଖିରୁ ୬୦ ମରିଥିବା ପିମ୍ପୁଡି ବାହାରି ସାରିଲେଣି ।

ଡାକ୍ତର କ’ଣ କହିଲେ ?

ରୋଗର ନିବାରଣ ପାଇଁ ଅଶ୍ୱନୀ ଡାକ୍ତର ପାଖକୁ ଯାଇଥିଲେ । କିନ୍ତୁ ଡାକ୍ତର ବି ଏପରି ରୋଗ ଦେଖି ଆଶ୍ୱର୍ଯ୍ୟ ହୋଇ ଯାଇଥିଲେ । ତେବେ ଡାକ୍ତରଙ୍କ କହିବାନୁସାରେ, ହୁଏତ ଶୋଇବା ସମୟରେ ତାଙ୍କ କାନ ପଟୁ ପିମ୍ପୁଡି ପଶିଯାଉଥିବେ ଏବଂ ପରେ ଆଖି ପଟୁ ବାହାରି ଆସୁଥିବେ । ଏହାଭାବି ଡାକ୍ତର ଆଖିରେ ଆଇଡ୍ରପ ଦେଲେ, କିନ୍ତୁ ସମସ୍ୟାର ସମାଧାନ ହୋଇପାରିଲାନି । ଏତେସବୁ ହେବା ପରେ ମା’ବାପା ଅଶ୍ୱନୀକୁ ଜ୍ୟୋତିଷଙ୍କ ପାଖକୁ ନେଇଗଲେ । ତେବେ ଜ୍ୟୋତିଷ ମଧ୍ୟ ଏହା ଦେଖି କହିଲେ କି, ନାଗଦୋଷ ରହିଛି ସେଥିପାଇଁ ଆଖିରୁ ପିମ୍ପୁଡି ବାହାରୁଛନ୍ତି । ତେବେ ଏଯାଏଁ ଡାକ୍ତର କିମ୍ବା ଜ୍ୟୋତିଷଙ୍କ ପାଖରେ ଅଶ୍ୱନୀର ରୋଗ ସମ୍ବନ୍ଧରେ ସଠିକ କାରଣ ନାହିଁ ।