କେଉଁ କେଉଁ ଖାଦ୍ୟ ଖାଇବା ପରେ ପିଇବେ ନାହିଁ କ୍ଷୀର ! ଜାଣନ୍ତୁ . . .

164

କ୍ଷୀରକୁ ସପୂର୍ଣ୍ଣ ଆହାର କୁହାଯାଏ । ଏଥିରେ ଭିଟାମିନ, ପ୍ରୋଟିନ, ଲାକଟୋଜ, ସୁଗାର ଓ ମିନେରାଲ ପରି ଅନେକ ତତ୍ୱ ଥାଏ । କ୍ଷୀର ସହିତ ଫ୍ରାଏଡ କିମ୍ବା ଲୁଣି ଖାଦ୍ୟ ଖାଇବା ଦ୍ୱାରା ପାଚନ କ୍ରୟା ସହଜରେ ହୋଇନଥାଏ । ଲଗାତାର ଏପରି ଖାଇବା ଦ୍ୱାରା ଚର୍ମ ରୋଗର ଆଶଙ୍କା ଦେଖାଯାଇଥାଏ । ଅନେକ ଲୋକ ପ୍ରତଃ ଭୋଜନରେ ବ୍ରେଡ-ବଟର ସହିତ କ୍ଷୀର ଖାଇଥାନ୍ତି । କିନ୍ତୁ କ୍ଷୀର ଏକା ହିଁ ସପୂର୍ଣ୍ଣ ଆହାର । ଏହାକୁ ଅନ୍ୟ ଖାଦ୍ୟ ସହିତ ସେବନ କଲେ ପେଟରେ ଭାରିପଣ ଲାଗିଥାଏ । ଆୟୁର୍ବେଦ ଅନୁସାରେ ପ୍ରୋଟିନ, କାର୍ବେହାଇଡେଟ ଏବଂ ଫ୍ୟାଟ ଅଧିକ ମାତ୍ରାରେ ଏକା ସହିତ ଖାଇବା ଅନୁଚିତ । ତେଣୁ କ୍ଷୀରକୁ ଅନ୍ୟ ଖାଦ୍ୟ ବିନା ପିଇବା ଶରୀର ପାଇଁ ହିତକାରକ ଅଟେ ।

କ୍ଷୀର ପିଇବା ପୂର୍ବରୁ, ପରେ କିମ୍ବା ସାଥିରେ ଫଳ ଖାଇବା ଅନୁଚିତ । ଯଦି କ୍ଷୀର ସହିତ କମଳା ପରି ଖଟା ଫଳ ଖାଉଥାନ୍ତି, ତେବେ ଏହା ଶରୀର ପାଇଁ ହାନୀକାରକ ହୋଇପାରେ । ଏପରି ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇନଥାଏ ଏହା ସହିତ ବାନ୍ତି ହେବାର ସମ୍ଭାବନା ରହିଥାଏ । ଏହା ବ୍ୟତିତ କ୍ଷୀର ଏବଂ କଦଳୀକୁ ଏକା ସହ ଖାଇବା ଅନୁଚିତ କାରଣ ଏହାକୁ ଏକା ସହିତ ଖାଇବା ଦ୍ୱାରା କଫ ବୃଦ୍ଧି ପାଇଥାଏ । ଏହାସହ ପାଚନକ୍ରିୟା ଉପରେ ମଧ୍ୟ ପ୍ରଭାବ ପଡିଥାଏ ।

କ୍ଷୀର ସହିତ ଦହୀ କେବେ ବି ଖାଇବା ଉଚିତ ନୁହେଁ । ଏହାକୁ ଏକା ସହ ଖାଇବା ଦ୍ୱାରା ଏସିଡିଟି, ଗ୍ୟାସ ଏବଂ ବାନ୍ତି ପରି ଅନେକ ସମସ୍ୟା ଦେଖାଯାଇଥାଏ । ତେଣୁ ଦହି ଖାଇବାର ଏକ ରୁ ଦେଢ ଘଂଟା ପରେ କ୍ଷୀର ପିିଇବା ଆବସ୍ୟକ । ହରଡ ଡାଲି ସହିତ କ୍ଷୀରକୁ ପିଅନ୍ତୁ ନାହିଁ । ସେହିପରି କ୍ଷୀର ସହିତ ମାଛକୁ ଖାଇବା ଦ୍ୱାରା ଗ୍ୟାସ, ଏଲର୍ଜୀ ଓ ଚର୍ମ ରୋଗ ପରି ସମସ୍ୟା ଦେଖାଯାଇଥାଏ ।