ସିଂହଦ୍ୱାରରେ ଭାସିଲା ନଳାପାଣି ! ଶ୍ରୀମନ୍ଦିର ସମ୍ମୁଖରେ ନଳା ପାଣିକୁ ନେଇ ସେବାୟତ ଅସନ୍ତୁଷ୍ଟ

15

କନକ ବ୍ୟୁରୋ : ଶ୍ରୀମନ୍ଦିର ସାମନାରେ ଆବର୍ଜନା ପାଣି । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆବର୍ଜନା ପାଣିକୁ ନେଇ ଦେଖା ଦେଇଛି ଅସନ୍ତୋଷ । ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡରେ ପ୍ରାୟ ପାଦେ ଉଚ୍ଚତାର ଆବର୍ଜନା ପାଣି ଆଜି ସକାଳୁ ଭାସୁଥିବାର ଦେଖାଯାଇଥିଲା । ମ୍ୟୁନିସିପାଲିଟି ଡ୍ରେନରୁ ଓଭର ଫ୍ଲୋ ହୋଇ ଏହି ପାଣି ସିଂହଦ୍ୱାର ସାମନାରେ ଜମିଥିଲା । ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଫଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ତେବେ ଖବର ପାଇ ପୌର କର୍ମଚାରୀ ଆସି ଆବର୍ଜନା ପାଣିକୁ ସଫା କରିଥିଲେ ।