ମୋବାଇଲ ୱାଲେଟ୍ ବ୍ୟବହାର କରୁଛନ୍ତି କି ? କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

147

ଭାରତକୁ ଡିଜିଟାଲ କରିବା ପାଇଁ ମୋଦି ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଆଉ ବିମୁଦ୍ରାକରଣ ପରେ ଏବେ ଲୋକେ ପୂର୍ବାପେକ୍ଷା ଅଧିକ ଡିଜିଟାଲ ନେଣଦେଣ କରୁଛନ୍ତି । ଡିଜଟାଲ୍ ନେଣଦେଣ ଯେପରି ନେଟ୍ ବ୍ୟାଙ୍କିଙ୍ଗ୍, ଚେକ୍, ଡ୍ରାଫ୍ଟ, କ୍ରେଡ଼ିଟ୍, ଡେବିଟ୍ ଓ ପେମେଣ୍ଟ ଆଦି ବଢ଼ିଛି । କିନ୍ତୁ ଆଜିକାଲି ଲୋକେ ସବୁଠାରୁ ସହଜ ଉପାୟ ତଥା ମୋବାଇଲ ୱାଲେଟକୁ ଅଧିକ ବ୍ୟବହାର କରୁଛନ୍ତି ।

ରିପୋର୍ଟ ଅନୁସାରେ ଗତ ବର୍ଷ ନଭେମ୍ବର ପରେ ମୋବାଇଲ ୱାଲେଟ୍ ଜରିଆରେ ନେଣଦେଣ ବୃଦ୍ଧି ପାଇଛି । ଏହାର କାରଣ ହେଲା ଆଜିକାଲି ଶସ୍ତା ଓ ବଜେଟ୍ ସ୍ମାର୍ଟଫୋନ୍ ଲଂଚ ହେଉଛି, ଯାହାଦ୍ୱାରା ଅଧିକତର ଲୋକଙ୍କ ପାଖରେ ଅଛି ସ୍ମାର୍ଟଫୋନ୍ । ଯେଉଁଠି ମୋବାଇଲ ୱାଲେଟ୍ ଜରିଆରେ ପେମେଣ୍ଟ କରିବା ସୁବିଧା ହେଉଛି । ତେବେ ମୋବାଇଲ ୱାଲେଟର ବ୍ୟବହାର ସମୟରେ କିଛି ଦିଗ ପ୍ରତି ସଚେତନ ହେବା ଜରୁରୀ । ଆସନ୍ତୁ ଜାଣିବା ମୋବାଇଲ ୱାଲେଟ୍ ବ୍ୟବହାର ସମୟରେ କେଉଁ କେଉଁ ଭୁଲ କରିବା ଉଚିତ ନୁହେଁ ।

ଓଟିପି ଶେୟାର କରନ୍ତୁ ନାହିଁ – ଡିଜିଟାଲ୍ ନେଣଦେଣ ସମୟରେ ଫୋନକୁ ଆସୁଥିବା ଓଟିପି କାହାକୁ ଶେୟାର କରନ୍ତୁ ନାହିଁ । ମୋବାଇଲ ୱାଲେଟ୍ କମ୍ପାନୀ ଗୁଡ଼ିକ ମଧ୍ୟ ନିଜର ଗ୍ରାହକକୁ ଏନେଇ ସଚେତନ କରାଇ ଥାଆନ୍ତି ।
ଲଗ୍ ଆଉଟ୍ ରଖନ୍ତୁ ଆକାଉଂଟ – ଅଧିକତର ଲୋକେ ନିଜର ଫୋନ୍ ୱାଲେଟ୍ ଆପକୁ ଲଗିଂ କରି ରଖଥାଆନ୍ତିି । ତେବେ ଏପରିସ୍ଥଳେ ଅପାଣଙ୍କ ଫୋନରେ ପାସୱର୍ଡ଼ ନଥିଲେ, କେହି ଏହାର ଖରାପ ବ୍ୟବହାର କରିପାରନ୍ତି । ଏହା ବ୍ୟତୀତ ଫୋନ୍ ହଜିଗଲେ ଆପଣଙ୍କ ୱାଲେଟରେ ଥିବା ଟଙ୍କା ମଧ୍ୟ ଆଉ ମିଳିବ ନାହିଁ ।

ୱାଲେଟରେ କ୍ୟାସ ଆଡ଼ କରବା ସମୟରେ ରିଫ୍ରେସ କିମ୍ବା ବ୍ୟାକ୍ କରନ୍ତୁ ନାହିଁ – କେବେ କେବେ ୱାଲେଟରେ ଆକାଉଂଟ ରୁ କ୍ୟାସ ଆଡ଼ କରବା ସମୟରେ ନେଟୱର୍କ ଅସୁବିଧା ଯୋଗୁଁ କିଛି ସମୟ ଲାଗିଯାଏ । ଏପରିସ୍ଥଳେ ଗ୍ରାହକଙ୍କୁ ରିଫ୍ରେଶ୍ କିମ୍ବା ବ୍ୟାକ କରିବା ଉଚିତ ନୁହେଁ । ତେବେ ପର୍ଯ୍ୟନ୍ତ କିଛି କରନ୍ତୁ ନାହିଁ ଯେବେ ପର୍ଯ୍ୟନ୍ତ ଟ୍ରାନଜାକ୍ସନ ଫେଲ୍ କମ୍ବା ସଫଳ ହେବାର ମେସଜେ ନଆସିଛି ।

ବ୍ୟବହାର କରନ୍ତୁ ଆପ୍ ଲକ୍ – ଯଦି ଆପଣ ନିଜର ସ୍ମାର୍ଟଫୋନକୁ ଲକ୍ କରିନାହାନ୍ତି , ତେବେ ଆପକୁ ଲକ୍ କରିଦିଅନ୍ତୁ । ଏପରି କଲେ ମୋବାଇଲ ୱାଲେଟକୁ ସବୁବେଳେ ଲଗ୍ ଇନ କଲେ ମଧ, ସୁରକ୍ଷିତ ରହିବ ଆପଣଙ୍କ ଟଙ୍କା । ଲକ୍ ନହେବା ଦ୍ୱାରା ଆପଣଙ୍କ ୱାଲେଟ୍ ଅନ୍ୟ କେହି ବ୍ୟବହାର କରିବାର ଆଶଙ୍କା ବଢ଼ିଥାଏ ।