କରୁଣାନିଧି : ୧୪ ବର୍ଷ ବୟସରେ ଛାଡିଥିଲେ ପାଠପଢ଼ା , ଏପର୍ଯ୍ୟନ୍ତ ହାରି ନାହାଁନ୍ତି କୈାଣସି ନିର୍ବାଚନ

51

ଦକ୍ଷିଣ ଭାରତର ରାଜନୀତିରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ଦ୍ରାବିଡ ମୁନେତ୍ରା କଡ଼ଗମ(ଡିଏମକେ) ପ୍ରମୁଖ ଏମ୍. କରୁଣାନିଧିଙ୍କ ସ୍ୱାସ୍ଥ୍ୟ ଖରାପ ଅଛି । ସେ ଚେନ୍ନାଇର କାବେରୀ ହସପିଟାଲର ଆଇସିୟୁରେ ଭର୍ତ୍ତି ଅଛନ୍ତି । ସେଇଠି ହସପିଟାଲ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ ଲାଗିଛି, ଯଦ୍ୱାରା ସେଠାକାର ସୁରକ୍ଷାକୁ ବଢ଼ାଇଦିଆଯାଇଛି ।

ପ୍ରକୃତରେ ଗତ ୩ ଜୁନ୍ କୁ କରୁଣାନିଧି ତାଙ୍କର ୯୪ତମ ଜନ୍ମଦିନ ପାଳନ କରିଥିଲେ । ଠିକ୍ ୫୦ ବର୍ଷ ପୂର୍ବରୁ ୨୬ ଜୁଲାଇକୁ ସେ ଡିଏମକେ ଦଳର ପ୍ରତିନିଧିତ୍ୱ କରିଥିଲେ । ଦୀର୍ଘ ସମୟ ଧରି କରୁଣାନିଧିଙ୍କ ନାମ ପ୍ରତ୍ୟେକ ନିର୍ବାଚନରେ ସିଟ୍ ନହାରିବାର ରେକର୍ଡ ବି ଅଛି । ସେ ୫ ଥର ମୁଖ୍ୟମନ୍ତ୍ରୀ ଓ ୧୨ ଥର ବିଧାନସଭା ସଦସ୍ୟ ରହିଛନ୍ତି । ଏପର୍ଯ୍ୟନ୍ତ ଯେଉଁ ସିଟ୍ ରେ ସେ ନିର୍ବାଚନ ଲଢ଼ିଛନ୍ତି, ସେ ସବୁବେଳେ ବିଜୟ ହାସଲ କରିଛନ୍ତି । ସେ ୧୯୬୯ରେ ପ୍ରଥମ ଥର ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହାପରେ ବର୍ଷ ୨୦୦୩ରେ ଶେଷ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ରୋଗିଣା ପତ୍ନୀଙ୍କୁ ଛାଡି ଦଳର ବୈଠକ କରିଥିଲେ : ଏମ୍ କରୁଣାନିଧି ଡିଏମକେ ପ୍ରତି ନିଜର ବିଶ୍ୱସ୍ଥତା ପାଇଁ ଜଣାଶୁଣା । କରୁଣାନିଧିଙ୍କ ଜୀବନରେ ଏମିତି ଏକ ସମୟ ମଧ୍ୟ ଆସିଥିଲା, ଯେବେ ତାଙ୍କ ପ୍ରଥମ ପତ୍ନୀ ପଦ୍ମାବତୀ ମୃତ୍ୟୁ ଶଯ୍ୟାରେ ଥିଲେ । କିନ୍ତୁ ସେ ତାଙ୍କ ପାଖରେ ରହିବା ବଦଳରେ ଦଳର ବୈଠକକୁ ଚାଲିଯାଇଥିଲେ । ତାଙ୍କର ଏହି ଘଟଣା ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତାଙ୍କୁ ଲୋକପ୍ରିୟ କରାଇଥିଲା । ଏବଂ ଦଳରେ ତାଙ୍କର ସମ୍ମାନ ଅଧିକ ବଢ଼ିଯାଇଥିଲ ।

୧୪ ବର୍ଷ ବୟସରେ ରାଜନୀତିରେ ପାଦ ଦେଇଥିଲେ : ମାତ୍ର ୧୪ ବର୍ଷ ବୟସରେ ପାଠପଢ଼ା ଛାଡି କରୁଣାନିଧି ରାଜନୈତିକ ସଫଳତା ଆଡକୁ ମୁହାଁଇଥିଲେ । ଦକ୍ଷିଣ ଭାରତରେ ହିନ୍ଦୀ ବିରୋଧର ବକ୍ତା ହୋଇ କରୁଣାନିଧି ‘ହିନ୍ଦୀ –ହଟାଅ- ଅଭିଯାନ’ର ପଟା ସାଜିଥିଲେ । ବର୍ଷ ୧୯୩୭ରେ ସ୍କୁଲରେ ହିନ୍ଦୀକୁ ଅନିବାର୍ଯ୍ୟ କରିବାରୁ ବଡ଼ ସଂଖ୍ୟାରେ ଯୁବଗୋଷ୍ଠୀ ବିରୋଧ କରିଥିଲେ, କରୁଣାନିଧି ବି ସେମାନଙ୍କ ମଧ୍ୟରୁ ଜଣେ ଥିଲେ । ଏହାପରେ ସେ ତାମିଲ ଭାଷାକୁ ନିଜର ଅସ୍ତ୍ର କରିଥିଲେ ଓ ତାମିଲ ରେ ହିଁ ନାଟକ, ଖବରକାଗଜ ଓ ସିନେମା ପାଇଁ ସ୍କ୍ରିପ୍ଟ ଲେଖିଲେ ।

ତାଙ୍କର ମନଛୁଆଁ ଭାଷଣ ଶୈଳୀକୁ ଦେଖି ପେରିୟାର ଓ ଅନ୍ନାଦୁରାଇ ତାଙ୍କୁ ‘କୁଦିୟାରାସୁ’ର ସଂପାଦକ ବନାଇଥିଲେ । ପେରିୟାର ଓ ଅନ୍ନାଦୁରାଇ ମଧ୍ୟରେ ମତଭେଦ ସୃଷ୍ଟି ହେବା ପରେ ସେ ଅନ୍ନାଦୁରାଇ ସହିତ ଯୋଡି ହୋଇଗଲେ । ଏହାପରେ ସେ ପଛକୁ କେବେ ଦେଖିନାହାଁନ୍ତି । ବର୍ଷ ୧୯୫୭ରେ ହୋଇଥିବା ନିର୍ବାଚନରେ ସେ ପ୍ରଥମ ଥର ବିଧାୟକ ବନିଥିଲେ । ଏହି ସମୟରେ ତାଙ୍କ ବ୍ୟତୀତ ଦଳରୁ ଅନ୍ୟ ୧୨ ଜଣ ମଧ୍ୟ ବିଧାୟକ ବନିଥିଲେ । କରୁଣାନିଧି ରାଜନୈତିକ କ୍ଷେତ୍ରରେ ବହୁତ ପରିଶ୍ରମ କଲେ ଓ ବର୍ଷ ୧୯୬୭ ନିର୍ବାଚନରେ ଦଳ ବହୁମତ ହାସଲ କଲା । ଡିଏମକେ ଶାସନକୁ ଆସିବାପରେ କଂଗ୍ରେସର ଅବସ୍ଥା ଏମିତି ହେଲା କି ଆଜି ପର୍ଯ୍ୟନ୍ତ ସେଇଠି ସହଯୋଗୀ ଭାବେ କଂଗ୍ରେସ ଅଛି ।

୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି : ବର୍ଷ ୧୯୫୭ରେ ଯେବେ ପ୍ରଥମ ଥର ବିଧାୟକ ହୋଇଥିଲେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଚୈାକିରେ ଜବାହରଲାଲ ନେହେରୁ ବିରାଜମାନ ଥିଲେ । କରୁଣାନିଧି ଯେବେ ପ୍ରଥମ ଥଣ ମୁଖ୍ୟମନ୍ତ୍ରୀ ବନିଲେ, ଦେଶର ରାଜନୈତିକ ଚୈାକିରେ ଇନ୍ଦିରା ଗାନ୍ଧୀ ବିରାଜମାନ ଥିଲେ । ଜରୁରୀକାଳୀନ ପରିସ୍ଥିତିରେ ଦୂର୍ନୀତି ଅଭିଯୋଗର ଯାଂଚ କରୁଥିବା ଆୟୋଗର ସୁପାରିଶ ଆଧାରରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କରୁଣାନିଧିଙ୍କ ସରକାରକୁ ବହିଷ୍କାର କରିଥିଲେ । ଏହାପରେ କରୁଣାନିଧି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ବନିଲେ । ସେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ । ଚତୁର୍ଥ ଥର ସିଏମ୍ ଥିଲାବେଳେ ପିବି ନରସିଂହ ରାଓ ପିଏମ୍ ଥିଲେ ଓ ପଂଚମ ଥର ସିଏମ୍ ଥିବାବେଳେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ ।

ବର୍ଷ ୧୯୭୦ରେ ପ୍ୟାରିସ୍(ଫ୍ରାନ୍ସ)ରେ ହୋଇଥିବା ତୃତୀୟ ବିଶ୍ୱ ସମ୍ମିଳନୀର ଉଦଘାଟନ ସମାରୋହରେ ଏକ ବିଶେଷ ଭାଷଣ ଦେଇଥିଲେ ।
ସେତୁସମୁଦ୍ରମ୍ ବିବାଦର ଜବାବରେ କରୁଣାନିଧି ହିନ୍ଦୁଙ୍କ ଆରାଧ୍ୟ ଭଗବାନ ଶ୍ରୀରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ କରିଥିଲେ ।

ରାଜୀବ ଗାନ୍ଧୀଙ୍କ ମୃତ୍ୟୁର ଯାଂଚ କରୁଥିବା ଜଷ୍ଟିସ୍ ଜୈନ କମିଶନର ଅନ୍ତରୀମ ରିପୋର୍ଟରେ କରୁଣାନିଧି ଉପରେ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଇଲମ୍(ଏଲଟିଟିଇ)କୁ ପ୍ରୋତ୍ସାହନ ଦେବାର ଅଭିଯୋଗ ଲାଗିଥିଲା ।

ଚେନ୍ନାଇ ଫ୍ଲାଏ ଓଭର ନିର୍ମାଣରେ ଦୁର୍ନୀତି ଅଭିଯୋଗରେ ବର୍ଷ ୨୦୦୧ ରେ କରୁଣାନିଧି ଗିରଫ ହୋଇଥିଲେ ।

ବଂଶବାଦକୁ ପ୍ରୋତ୍ସାହନ : କରୁଣାନିଧିଙ୍କ ବିରୋଧୀ, ତାଙ୍କ ଦଳର କିଛି ସଦସ୍ୟ ଓ ଅନ୍ୟ ରାଜନୈତିକ ପର୍ଯ୍ୟବେକ୍ଷକ କରୁଣାନିଧିଙ୍କ ଉପରେ ବଂଶବାଦକୁ ପ୍ରୋତ୍ସାହିତ କରିବା ଓ ନେହେରୁ-ଗାନ୍ଧୀ ପରିବାର ଭଳି ଏକ ରାଜନୈତିକ ବଂଶର ଆରମ୍ଭ କରିବା ଅଭିଯୋଗ ବି କରିଥିଲେ ।