ଭାରତର ପାଣି ବନ୍ଦ ନିଷ୍ପତ୍ତି ପରେ ପାକିସ୍ତାନର ଉତ୍ତର, ଆମ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ

547

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ପାଣି ବନ୍ଦ କରିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି । ତେବେ ଭାରତ ପାଣି ବନ୍ଦ ନିଷ୍ପତ୍ତି ଘୋଷଣା ପରଦିନ ପାକିସ୍ତାନ ପକ୍ଷରୁ ଜବାବ ଆସିଛି । ପାକିସ୍ତାନ କହିଛି ଭାରତର ଏହି ପଦକ୍ଷେପରେ ପାକିସ୍ତାନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏକଥା କହିଛନ୍ତି ପାକିସ୍ତାନ ଜଳ ସଂସାଧନ ମନ୍ତ୍ରାଳୟର ସଚିବ ଖ୍ୱାଜା ସୁମେଲ ।

ଏକ ସାକ୍ଷାତରରେ ଖ୍ୱାଜା ସୁମେଲ କହିଛନ୍ତି ଭାରତ ପାଣି ରୋକିଲେ ପାକିସ୍ତାନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । କାରଣ ସିନ୍ଧୁ ସନ୍ଧି ହିସାବରେ ନଦୀ ଗୁଡ଼ିକ ଭାରତର ଅଧିକାର ରହିଛି । ସିନ୍ଧୁ ଜଳ ସନ୍ଧି(ଆଇଡବ୍ଲୁଟି) ନିୟମକୁ ଉଲଂଘନ କରୁନାହିଁ । ତେଣୁ ଏଥିରେ ଆମର କୌଣସି ଆପତ୍ତି ନାହିଁ।

ସୂଚନାଯୋଗ୍ୟ, ଭାରତର କେନ୍ଦ୍ର ଜଳ ସମ୍ବଳ ମନ୍ତ୍ରୀ ନୀତିକ ଗଡ଼କରି ଗତକାଲି ଟୁଇଟ୍ କରି ଘୋଷଣା କରିଥିଲେ ଯେ ସୀମାନେ ଆଙ୍କବାଦ ଆକ୍ରମଣର ଜବାବ ସ୍ୱରୁପ ଭାରତ ସରକାର ପୂର୍ବାଞ୍ଚଳ ନଦୀ ଜଳକୁ ପାକିସ୍ତାନକୁ ନଦେବାକୁ ଚିନ୍ତା କରିଛନ୍ତି । ସେହି ନଦୀ ଜଳକୁ ଜମ୍ମୁ-କଶ୍ମୀର ଆଡ଼େ ଦିଆଯିବ । ଏ ସଂପର୍କରେ ଗଡକରୀଙ୍କ ପାକିସ୍ତାନୀ ପ୍ରତିପକ୍ଷ ଖ୍ୱାଜା ସୁମେଲ୍ କହିଛନ୍ତି କି, ‘ଭାରତର ଏପରି ପଦକ୍ଷେପରେ ଆମର କୌଣସି ଆପତ୍ତି ନାହିଁ କିମ୍ବା ଚିନ୍ତିତ ହେବାର କୌଣସି କାରଣ ନାହିଁ ।