ମେଧାବୀଙ୍କ ଅଭାବୀ କାହାଣୀ ! କେମିତି ଅଛନ୍ତି କଟକ ଜିଲ୍ଲାର କମର୍ସ ଟପ୍ପର

31

ଆଗକୁ ଚାହିଁଲେ ହାତ ଠାରି ଡାକୁଛି ସୁନେଲୀ ସ୍ୱପ୍ନ । ଆଉ ପଛକୁ ଫେରି ଚାହିଁଲେ ହତାଶରେ ପୋଡି ଯାଉଛି ମନ । ଏହି କାହାଣୀ ହେଉଛି ୨୦୧୬ ଯୁକ୍ତ ଦୁଇ ବାଣିଜ୍ୟରେ କଟକ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମେଧାବୀ ଛାତ୍ରୀ ଯୋଗମାୟା ରାଉତଙ୍କର । ଯୋଗମାୟାଙ୍କ ସ୍ୱପ୍ନ ଆଗକୁ ପାଠ ପଢିବା ପାଇଁ । ହେଲେ ସ୍ୱପ୍ନର ଆୟୁଷ ନିଦ ଯେତିକି ।

ଘର ଛାଡି ଚାଲିଯାଇଛନ୍ତି ବାପା । ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡେ ନାହିଁ । ଭଂଗା ଦଦରା ନୂଆଁଳିଆ ଚାଳଛପର ଘରେ ଚାଲିଛି ଜୀବନ ଯୁଦ୍ଧ । ଧୂପକାଠି ତିଆରି ଓ ସିଲେଇ ମେସିନରୁ ଯାହା ରୋଜଗାର ହୁଏ, ସେଥିରୁ ହିଁ ପାଠପଢା ଓ ଘରଖର୍ଚ୍ଚ ହୁଏ । ଦେଖନ୍ତୁ କନକ ନ୍ୟୁଜର ବିଶେଷ ରିପୋର୍ଟ।