ଆପଣଙ୍କ ପାଖରେ ଗୋଟିଏରୁ ଅଧିକ ବ୍ୟାଙ୍କ୍ ଆକାଉଂଟ ଅଛି କି ? ଭାରି କ୍ଷତି ସହିବାର ସମ୍ଭାବନା ରହିଛି

58

ଆଜିକା ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ୨ କିମ୍ବା ୨ରୁ ଅଧିକ ବ୍ୟାଙ୍କ ଆକାଉଂଟ ରହିଛି । କିଛି ଲୋକଙ୍କ ପାଇଁ ଏହା ଖୁବ୍ ଦରକାରୀ । କିନ୍ତୁ କିଛି ଲୋକେ ବିନା କାରଣରେ ବା ଆବଶ୍ୟକ ନଥିଲେ ମଧ୍ୟ ଗୋଟିଏରୁ ଅଧିକ ବ୍ୟାଙ୍କ୍ ଆକାଉଂଟ ରଖୁଛନ୍ତି । କେହି ଯଦି ବ୍ୟବସାୟୀ ଅଛନ୍ତି, ତେବେ ପ୍ରତିଦିନ ନେଣଦେଣ ପାଇଁ ୨ ରୁ ଅଧିକ ବ୍ୟାଙ୍କ୍ ଆକାଉଂଟ ଦରକାର ପଡ଼େ । ପ୍ରାୟ ଲୋକେ ୨ କିମ୍ବା ୨ରୁ ଅଧିକ ବ୍ୟାଙ୍କ ଆକାଉଂଟ ଖୋଲ ନିଅନ୍ତି ସତ କିନ୍ତୁ ଏହାକୁ ମେଣ୍ଟେନ କରିପାରନ୍ତିି ନାହିଁ । ସେମାନେ ଏହାର ଲାଭ ଓ କ୍ଷତି ବିଷୟରେ ଚିନ୍ତା ନକରି ଆକାଉଂଟ ଖୋଲି ଦିଅନ୍ତି । ଏପରି କିରବା ଦ୍ୱାରା ଭିନ୍ନ ଭିନ୍ନ ଆକାଉଂଟରେ ଜମା ଟଙ୍କା ଉପରେ ଆପଣଙ୍କୁ ଭାରି କ୍ଷତି ସହିବା ପାଇଁ ମଧ୍ୟ ପଡ଼ିପାରେ । ଯାହା ବିଷୟରେ ଅପାଣ ସମ୍ପୂର୍ଣ୍ଣ ଅଜ୍ଞ ।

ପ୍ରତି ଆକାଉଂଟରେ ସର୍ବନିମ୍ନ ଜମା ରାଶି ରଖିବା ବାଧ୍ୟତାମୂଳକ ଥାଏ । ଅର୍ଥ ଅଧିକ ଆକାଉଂଟ ରଖିଲେ ଆପଣଙ୍କର ଅଧିକରୁ ଅଧିକ ଟଙ୍କା ବ୍ୟାଙ୍କରେ ଫସି ରହିବ । ସେହ ରାଶି ଉପରେ ଆପଣଙ୍କୁ ଅଧିକରୁ ଅଧିକ ୫ରୁ ୬ ପ୍ରତିଶତ ବାର୍ଷକ ଫେରସ୍ତ ମିଳିବ । ସେଭିଂ ଆକାଉଂଟରେ ଅଧିକ ଟଙ୍କା ରଖିବା ପରବର୍ତ୍ତେ ଉକ୍ତ ଟଙ୍କାକୁ ଆପଣ ଅନ୍ୟସ୍ଥାନ ତଥା ପୋଷ୍ଟ ଅଫିସ୍, ଶେୟାର ବଜାର, ମ୍ୟୁଚୁଆଲ ଫଣ୍ଡ, ଏଫଡ଼ି ଓ ଇନସ୍ୟୁରାନ୍ସ ଆଦିରେ ଲଗାନ୍ତୁ । ଅପାଣଙ୍କ ବାର୍ଷିକ ଫେରସ୍ତ ଅଧିକ ବଢ଼ିଯିବ । ଶେୟାର ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡରେ ଆପଣଙ୍କ ଟଙ୍କା, ସେଭିଂ ଆକାଉଂଟ ତୁଳନାରେ ଢ଼େର ଗୁଣା ଅଧିକ ଫେରସ୍ତ ଦିଏ । ଅନ୍ୟପଟେ ଅନ୍ୟ ଯୋଜନାରେ ମଧ୍ୟ ମିଳିବ ଭଲ ରିଟର୍ଣ ।

ଅଧିକ ଆକାଉଂଟ ରଖିଲେ କ’ଣ ହେବ ଅସୁବିଧା ?

୧. ପ୍ରାୟ ସେଭିଂ ଆକାଉଂଟରେ ବ୍ୟାଙ୍କ୍ ତରଫରୁ ସର୍ବନିମ୍ନ ଜମାରାଶି ରଖିବା ପାଇଁ ନିୟମ ରହିଛି । ଯଦି ଆପଣ ଏପରି ନକରନ୍ତି ତେବେ ଆପଣଙ୍କୁ ବିଭିନ୍ନ ସମୟରେ ଫାଇନ ଦେବା ପାଇଁ ପଡ଼ିବ । ଆପଣଙ୍କ ଆକାଉଂଟ ବନ୍ଦ ହେବାର ମଧ୍ୟ ସମ୍ଭାବନା ରହିଛି । ଏପରି ଅନେକ ବ୍ୟାଙ୍କ ଅଛି ଯେଉଁଠି ସର୍ବନିମ୍ନ ଜମାରାଶି ସୀମା ୫ ହଜାରରୁ ଅଧିକ । ଏହାର ଅର୍ଥ ଆପଣଙ୍କ ପାଖରେ ୨ରୁ ଅଧିକ ଆକାଉଂଟ ଥିଲେ ଅପାଣଙ୍କ ପାଇଁ ଅସୁବିଧା ହେବ ।

୨. ଅଧିକ ବ୍ୟାଙ୍କ ଆକାଉଂଟ ଥିଲେ ଆପଣଙ୍କୁ ପ୍ରତିବର୍ଷ ମେଣ୍ଟେନାନ୍ସ ଫି ଓ ସର୍ଭିସ ଚାର୍ଜ ଦେବା ପାଇଁ ପଡ଼ିବ । ଏହା ବ୍ୟତୀତ କ୍ରେଡ଼ିଟ୍ ଓ ଡ଼େବିଟ୍ କାର୍ଡ଼ ସୁବିଧା ପାଇଁ ଗ୍ରାହକଙ୍କ ଠାରୁ ଅତିରିକ୍ତ ଶୁଳ୍ପ ଆଦାୟ କରେ ବ୍ୟାଙ୍କ୍ ।

୩. ଅଧିକ ବ୍ୟାଙ୍କ ଆକାଉଂଟ ଥିଲେ ଡ଼େବିଟ୍ କାର୍ଡ଼ କିମ୍ବା ଆକାଉଂଟ ପାସୱର୍ଡ଼ ଭୁଲିଗଲେ ରିକଭର କରବା ମୁସ୍କିଲ ହୋଇଯାଏ ।

ଆଇକର ପଇଠ କରିବା ସମୟରେ ହୁଏ ଅସୁବିଧା –
ଅଧିକ ବ୍ୟାଙ୍କରେ ଆକାଉଂଟ ଖୋଲିଲେ ଆୟକର ଜମା ଦେବା ପାଇଁ ଅସୁବିଧା ହୁଏ । ଆୟକର ପଇଠ ସମୟରେ ସବୁ ବ୍ୟାଙ୍କ ଆକାଉଂଟ ସହ ଜଡ଼ିତ ସୂଚନା ରଖିବା ଓ ଓ ତା’ର ଷ୍ଟେଟମେଂଟର ରେକର୍ଡ଼ ଏକାଠି କରିବା ବହୁତ ବିରକ୍ତିକର କାମ ଅଟେ ।

ଅଧିକ ବ୍ୟାଙ୍କ ଆକାଉଂଟ ଥିିଲେ କ’ଣ କରିବେ –
ଆପଣଙ୍କ ପାଖରେ ଯଦି ଅଧିକ ବ୍ୟାଙ୍କ ଆକାଉଂଟ ଅଛି, ତେବେ ଯେଉଁ ଆକାଉଂଣ ବ୍ୟବହାର ହେଉନି ତାକୁ ବନ୍ଦ କରିଦିଅନ୍ତୁ । ଅଧିକ ବ୍ୟାଙ୍କ ଆକାଉଂଟ ମେଣ୍ଟେନ କରିବା ପାଇଁ ଏକ ପ୍ରିକ୍ରିୟା ରହିଛି । ଏଥିରେ ଆପଣ ସମସ୍ତ ଆକାଉଂଟ ସହ ଜଡ଼ିତ ବିବରଣୀକୁ ଲେଖି ସେଭ କରିପାରିବେ । କେଁଉ ଆକାଉଂଟକୁ କେଉଁଥି ପାଇଁ ବ୍ୟବହାର କରୁଛନ୍ତି ତାହାର ଏକ ଶ୍ରେଣୀ ତଆରି କରିଦଅନ୍ତୁ । ସମସ୍ତ ଆକାଉଂଟକୁ କେବେ ବି ମିଶାନ୍ତୁ ନାହିଁ । ଦରକାର ନଥିଲେ ଅଧିକ ଆକାଉଂଟ ଖୋଲନ୍ତୁ ନାହିଁ । ଚାକିରୀ ବଦଳାଇବା ସମୟରେ ଆପଣଙ୍କୁ ଏକରୁ ଅଧିକ ଆକାଉଂଟ ତିଆରି କରିବା ପାଇଁ ପଡ଼ିପାରେ । ଏପରି ସ୍ଥଳେ ଆପଣ ଦରକାର ହେଉନଥିବା ଆକାଉଂଟକୁ ବନ୍ଦ କରଦିଅନ୍ତୁ ।