ରୋହିତଙ୍କୁ କଙ୍ଗନା ଭୟ । କରଣଙ୍କ ସହ ସେୟାର କଲେ ଅପ୍ରିୟ ସତ୍ୟ 

29

ବଲିଉଡ କୁଇନ ନାମରେ ପରିଚିତ କଙ୍ଗନା ରାଣାୱତଙ୍କୁ କେହି ଝଗଡା କରିବାକୁ  ଚାହାନ୍ତି ନାହିଁ । ସେଥିପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ଅନେକ ଶତ୍ରୁ ଅଛନ୍ତି ବୋଲି କୁହାଯାଏ । କଙ୍ଗନାଙ୍କ ମନ୍ତବ୍ୟକୁ କେହି ସହଜରେ ସହି ପାରନ୍ତି ନାହିଁ । ଏବେ କିନ୍ତୁ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ବି କଙ୍ଗନାଙ୍କ ସହ ଝଗଡା କରିବାକୁ ଡରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ରୋହିତ ସେଟ୍ଟୀ ଓ ନିର୍ଦ୍ଦେଶକ କରଣ ଜୋହରଙ୍କ ସହ ଏକ ରିୟାଲିଟି ସୋ’ ‘ଇଣ୍ଡିଆନ ନେକ୍ସଷ୍ଟ ସୁପରଷ୍ଟାର’ରେ ନଜର ଆସୁଛନ୍ତି । ଏହି ସୋ’ରେ କଙ୍ଗନା ଅନେକ ଥର ଗେଷ୍ଟ ହିସାବରେ ଆସିଛନ୍ତି । ଏହି ସମୟରେ ରୋହିତ କଙ୍ଗନାଙ୍କ ସହ ପଙ୍ଗା ନେବାକୁ ଡରନ୍ତି ବୋଲି କହିଥିଲେ ।

ଏହି ସୋ’ରେ କରନ କଙ୍ଗନାଙ୍କ ସହ ରୋହିତଙ୍କୁ ଏକ ସିନ କରିବା ପାଇଁ ଅନୁରୋଧ କରିଥିଲେ । ରୋହିତଙ୍କୁ ଫିଲ୍ମ ‘ଦୀବାର’ର ଫେମସ ଡାଇଲଗ ‘ଆଜ ମେରେ ପାସ ବିଲଡିଂ ହୈ, ପ୍ରପର୍ଟି ହୈ, ବ୍ୟାଙ୍କ ବାଲାନସ ହୈ, ବଙ୍ଗଲା ହୈ, କ୍ୟାୟା କ୍ୟାୟା ହୈ ତୁହ୍ମାରେ ପାସ ?’ କହିବାର ଥିଲା ।  କଙ୍ଗନା ଅଧିକ ଆକର୍ଷଣ କରିବା ପାଇଁ ରୋହିତଙ୍କୁ ସ୍ପର୍ଶ କରୁଛନ୍ତି, ସେତେବେଳେ ରୋହିତ ‘ନା ଭାଇ ନା ତୁହା୍ମରେ ସାଥ ପଙ୍ଗା କୌନ ଲେଗା’ କହିଥିଲେ । ଏ କଥା ଶୁଣି ସେଠାରେ ଉପସ୍ଥିତ ଥିବା ସବୁ ଦର୍ଶକ ହସିପକାଇଥିଲେ ।

ଆପଣମାନେ ତ ଜାଣିଥିବେ ବର୍ତ୍ତମାନ କରଣ ଓ କଙ୍ଗନାଙ୍କ ମଧ୍ୟରେ କିଛି ମାତ୍ରାର ବନ୍ଧୁତା   ସୃଷ୍ଟି ହୋଇଛି । କିନ୍ତୁ ଯେତେବେଳେ କଙ୍ଗନାଙ୍କୁ ପଚାରାଗଲା କରନ ସୋ’ରେ ତାଙ୍କ ଗେଷ୍ଟମାନଙ୍କୁ କ’ଣ ପିଆନ୍ତି ? ସେତେବେଳେ ହସିହସି କଙ୍ଗନା କହିଥିଲେ ‘ବିଷ ପିଆନ୍ତି’ । ଏଥିରୁ ଜଣାପଡୁଛି ଯେ କରଣ ଓ କଙ୍ଗନାଙ୍କ ସଂପର୍କ ଭଲ ରହିଛି ।

କରଣ ଏହି ସୋ’ରେ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ‘ମୋତେ ନିମନ୍ତ୍ରଣ କରିବା ମାନେ  ମୋର କ୍ଷମତା ଅଛି, ଏହି ସ୍ଥାନକୁ ଆସିବା’ । ମୁଁ ମୋର ନିଜ କ୍ଷମତାରେ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛି ବୋଲି କହିଥିଲେ କଙ୍ଗନା ।

ସୌଜନ୍ୟ: ଅମରଉଜାଲା