ଢେଙ୍କାନାଳରେ ପ୍ରଜାକୋର୍ଟ : ନୀଳକଣ୍ଠପୁର ହରିଜନ ବସ୍ତିରେ ବୁଲା ବିକାଳିଙ୍କୁ ଗଛରେ ବାନ୍ଧିଲେ ଗାଁ ଲୋକେ

40

କନକ ବ୍ୟୁରୋ : ଢେଙ୍କାନାଳରେ ପ୍ରଜାକୋର୍ଟ । ନୀଳକଣ୍ଠପୁର ହରିଜନ ବସ୍ତିରେ ପ୍ରଜାକୋର୍ଟ ଦେଖିବାକୁ ମିଳିଛି । ଦୁର୍ବ୍ୟବହାର ଅଭିଯୋଗରେ ଗଛରେ ବାନ୍ଧି ବୁଲା ବିକାଳିଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି ଗାଁଲୋକେ । ହରିଜନ ବସ୍ତିକୁ ଚୁଡି ବିକ୍ରି କରିବା ପାଇଁ ଯାଇଥିବା ବୁଲା ବିକାଳି ଡମ୍ବରୁଧର ବେହେରା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ମହିଳାଙ୍କୁ ଘରେ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ ଫଳରେ ମହିଳା ଜଣକ ତାଙ୍କୁ ବାଡେଇବାରୁ ଅଭିଯୁକ୍ତ ଜଣକ ତଳେ ପଡିଯାଇଥିଲେ । ପରେ ମହିଳାଜଣକ ଗାଁଲୋକଙ୍କୁ ଡାକି ଘଟଣା ସମ୍ପର୍କରେ କହିବା ପରେ ଗାଁଲୋକେ ଅଭିଯୁକ୍ତକୁ ଗଛରେ ବାନ୍ଧି ରଖିଥିଲେ । ଏହାସହ ବୁଲା ବିକାଳିଙ୍କୁ ନିସ୍ତୁକ ମାଡ ମାରିଥିଲେ । ୪ଘଂଟା ଧରି ଗଛରେ ବନ୍ଧା ହୋଇଥିବା ପରେ ଘଟଣାସ୍ଥଳରେ ପୁଲିସ ପହଂଚି ଯୁବକଙ୍କୁ ଉଦ୍ଧାର କରିଥିଲା । ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।